ମୁରିବାହାଲ, (୨୭/୦୬) : ଆପ୍ର : ଓଡ଼ିଶା ପ୍ରଶାସନିକ ସେବାରେ ଜଣେ ପରିଚିତ ଏବଂ ଦକ୍ଷ ଅଧିକାରୀ ଭାବେ ପରିଚିତ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ଏହି ଅବସରରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଜେଡି ଯୁବ ନେତା ଗିରାଜ ସିଂ ମାଝୀଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ବିଜେଡି ଟିମ୍ ପୁଷ୍ପଗୁଚ୍ଛ ଦେଇ ସୁଜାତାଙ୍କୁ ସାକ୍ଷାତ କରି ସ୍ୱାଗତ କରିଥିଲେ । “ରାଜ୍ୟର ସାମଗ୍ରିକ ବିକାଶ, ମହିଳା ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଦଳ ପାଇଁ ଏକ ମୂଲ୍ୟବାନ ସମ୍ପଦ ସାବ୍ୟସ୍ତ ହେବ,” ବୋଲି ଗିରାଜ ସିଂ ମାଝୀ କହିଛନ୍ତି । ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଉପାଧ୍ୟକ୍ଷା ତଥା ବିଜେଡି ନେତ୍ରୀ ନିରୁପମା ମାଝୀ, ବିଜେଡି ନେତ୍ରୀ ପିଙ୍କି ଖର୍ସେଲ, ବିଜେଡି ନେତା ହଂସରାଜ ଜୈନ, ଆଶାଦୁଲା ଖାଁ, ଦେବରାଜ ଯାଦବଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

