ଭୁବନେଶ୍ୱର, (୦୮/୧୧) : ଆପ୍ର : ରାଜଧାନୀରେ ଅସମ୍ଭାଳ ଟ୍ରାଫିକ ଭିଡ଼ । ଦୀପାବଳି ପୁର୍ବରୁ ନାହି ନଥିବା ଟ୍ରାଫିକ ଜାମ୍ । ଲମ୍ବା ଲାଇନରେ ଫସୁଛନ୍ତି ଗାଡି ଚାଳକ ।
ସର୍ଟକଟ ଦେଖି କିଛି ଲୋକ ଖସୁଛନ୍ତି । ଚାରି ଚକିଆ ଠୁଁ ଆରମ୍ଭ କରି ଦୁଇ ଚକିଆ ପର୍ଯ୍ୟନ୍ତ । ସଭିଏଁ ଅସମ୍ଭାଳ ଟ୍ରାଫିକ ଭିଡରେ ବସି ରହୁଛନ୍ତି ଦିର୍ଘ ସମୟ । ଆଖି ଦୃଶିଆ ହେଉନି ଟ୍ରାଫିକ ପରିଚାଳନା । ବାଣି ବିହାରରୁ ରାମ ମନ୍ଦିର ଛକ । ବମିଖାଲରୁ ରସୁଲଗଡ଼ ଛକ । କଳ୍ପନା ରୁ ଷ୍ଟେସନ ବଜାର । ବାଣି ବିହାର ଓଭରବ୍ରୀଜ ରେ ପଳାଶୁଣୀ ପର୍ଯ୍ୟନ୍ତ । ରାଜଧାନୀରେ ପ୍ରମୁଖ ଟ୍ରାଫିକ ଛକ ମାନଙ୍କ ରେ ନାହି ନଥିବା ଭିଡ ସାମ୍ନା କରୁଛନ୍ତି ଲୋକେ । କେଉଁଠି ରାସ୍ତା ଉପରେ ଗୋଟିଏ ଫୁଟ ବି ଘୁଞ୍ଚିବା ମୁସ୍କିଲ ଭଳି ସ୍ଥିତି । ଗାଡି ଆଗକୁ ଗଡିବାକୁ କେଉଁଠି ଇଞ୍ଜିନ ମଧ୍ୟ ଗରମ ହୋଇ ଧୁଆଁ ବାହାରୁଛି ।
ଆଉ କେଉଁଠି ଅଧକଲୋମିଟର ରାସ୍ତା ପାଇଁ ଘଣ୍ଟାଏ ଲାଗୁଛି ପାର ହେବାକୁ । ଦିପାବଳି ପୁର୍ବରୁ ଗହଣା ଦୋକାନରେ ଲୋକଙ୍କ ଭିଡ଼ । ଏପରିକି ବିଭିନ୍ନ ମଲରେ ସଂପି ପାଇଁ ମଧ୍ୟ ଲୋକେ ବାହାରକୁ ଆସୁଛନ୍ତି । ଦୀପାବଳି ପୁର୍ବଦିନ ବାଣ କିଣିବା ପାଇଁ ନାହିଁ ନଥିବା ଭିଡ ର ମାହୋଲ । ଏସବୁ ଭିତରେ ରାସ୍ତା ଜାମ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି ।

