Homelocalରାୟଗଡରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମ ପାଳନର ପଞ୍ଚମ ଦିବସ ଏବଂ ବରିଷ୍ଠ ଅବସରପ୍ରାପ୍ତ...

ରାୟଗଡରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମ ପାଳନର ପଞ୍ଚମ ଦିବସ ଏବଂ ବରିଷ୍ଠ ଅବସରପ୍ରାପ୍ତ ସହକାରୀ ଶିଳ୍ପ ଅଧିକାରୀଙ୍କୁ ଜୀବନବ୍ୟାପି ଶିଳ୍ପ ସମ୍ବନ୍ଧୀୟ ସେବା ନିମନ୍ତେ ସାଧନା ପୁରସ୍କାର

ରାୟଗଡା, (୦୧/୦୭) : ଆପ୍ର : ତା ୦୧/୦୭/୨୬ ରିଖ ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡ ଆନୁକୂଲ୍ୟରେ ଉଦ୍ୟୋଗ ଦିବସ ପାଳନ ନିମନ୍ତେ ଗତ ୨୭/୦୬/୨୦୨୬ ଠାରୁ ଗୋବିନ୍ଦ ଚନ୍ଦ୍ର ଦେବ (G.C.D) ହାଇସ୍କୁଲ ପଡିଆରେ, ଚାଲୁଥିବା “ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ” ର ଆଜି ପଞ୍ଚମ ଦିବସ ପାଳନ କରାଯାଇଛି ।

ମୁଖ୍ୟ ଅତିଥି ଶ୍ରୀ M. Narin Kumandan, Silpa, ଶିଳ୍ପ ସଂଘ ସଭାପତି, ମୁଖ୍ୟ ବକ୍ତା, ଶ୍ରୀ ସବ୍ୟସାଚୀ ସାହୁ, ବରିଷ୍ଠ ଅବସରପ୍ରାପ୍ତ ସହକାରୀ ଶିଳ୍ପ ଅଧିକାରୀ, ସମ୍ମାନୀତ ଅତିଥି ରୂପେ ଶ୍ରୀ ରାକେଶ କୁମାର ପାଢ଼ୀ, ନିର୍ଦ୍ଧେଶକ, Centurian ବିଶ୍ୱବିଦ୍ୟାଳୟ, ରାୟଗଡ ଯୋଗଦେଇଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକ ଙ୍କ ସଭାପତିତ୍ଵ ରେ ସ୍ଵାଗତ ବକ୍ତବ୍ୟ ଆରମ୍ଭ କରି ପ୍ରାରମ୍ଭିକ ସୂଚନା, ବିଭାଗ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନ ଯୋଜନା ବିଷୟରେ ବର୍ଣ୍ଣନା କରିଥିଲେ ।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ସାମ୍ନା କରୁଥିବା ସାଧାରଣ ସମସ୍ୟାଗୁଡ଼ିକ ଓ ତାହାର ସମାଧାନ ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ ।

ଉପସ୍ଥିତ ସଫଳ ଉଦ୍ୟୋଗୀମାନେ ଓ ସଫଳ SHG ର ସଭାପତି ମାନେ ସେମାନଙ୍କ ଅନୁଭୂତି ବର୍ଣନା କରି ଆଗାମୀ ଉଦ୍ୟୋଗୀ ମାନଙ୍କୁ ଉଚ୍ଛାହୀତ କରିଥିଲେ । ଗତକାଲି ଅନୁଷ୍ଠିତ ହୋଇଥିବା ବକୃତା, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଭାଗିଦାର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶ୍ରୀ ସବ୍ୟସାଚୀ ସାହୁ, ବରିଷ୍ଠ ଅବସରପ୍ରାପ୍ତ ସହକାରୀ ଶିଳ୍ପ ଅଧିକାରୀଙ୍କୁ ଜୀବନବ୍ୟାପି ଶିଳ୍ପ ସମ୍ବନ୍ଧୀୟ ସେବା ନିମନ୍ତେ ସାଧନା ପୁରସ୍କାର ରେ ସମ୍ମାନିତ କରାଯାଇଥିଲା । ଅନଲାଇନ୍ ଜନଶୁଣାଣୀ ପୋର୍ଟାଲ୍ ର ସୂଚନା ଦିଆଯାଇଥିଲା ଓ କୃତି ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆଜିର ଏହି ଉଦ୍ ଯାପନ ସମାରୋହରେ ମୁଖ୍ୟତଃ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ, ପ୍ରତ୍ୟାଶିତ ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଶତାଧିକ ଭାବରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ AIO ଶ୍ରୀ ବେଦାର୍ଚନ ରାୟ, ଶ୍ରୀ ସ୍ମୃତିଚନ୍ଦନ ପ୍ରଧାନ, ଶ୍ରୀ ଚିତ୍ତରଞ୍ଜନ ମେହେର, ଶ୍ରୀ ଦୀପକ ହାଁସଦା, ସୂରଜ କଣ୍ଡୁଲାନl, IPO ଶ୍ରୀ ସୁବ୍ରତ ପଟ୍ଟନାୟକ ଓ ବରିଷ୍ଠ ସହାୟକ ସୌମିତ୍ର ପଟ୍ଟନାୟକ, ତ୍ରିଲୋଚନ ଦାସ, ଦୀପା ଅଧିକାରୀ ଶ୍ରୀ ସୁନୀଲ ପ୍ରଧାନ ସଭା ପରିଚାଳନାରେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments