ସୁବର୍ଣ୍ଣପୁର, (୧୧/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଙ୍ଘିଯୁବା ଠାରେ ଗତ ୧୯ ତାରିଖ ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘରକୁ ହୋଇଥିବା ଗୁଳିମାଡ ଘଟଣାରେ ଆଜି ଆଉ ଏକ ଅଭିଯୁକ୍ତକୁ ଗିରଫ କରିଛି ବିନିକା ପୁଲିସ ।
ଗୁଳିକାଣ୍ଡ ଘଟଣାରେ ଗତ ୨୪ /୬ ତାରିଖ ରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଥିଲେ ଯେ ପୁଲିସକୁ ବଡ଼ ସଫଳତା ମିଳିଛି ୪ ଜଣଙ୍କୁ ଗିରଫ କରିଥିବା ବେଳେ ୩ରୁ ୪ ଜଣ ବର୍ତମାନ ଫେରାର ରହିଛନ୍ତି । ଏଇ ଘଟଣାରେ ୨ ଦେଶୀ ବନ୍ଧୁକ, ୨୦ ଟି ଜୀବନ୍ତ ଗୁଳି ଏବଂ ୨ ଟି ଖଣ୍ଡା,୨ ଟି ମୋବାଇଲ ଫୋନ,ଗୋଟିଏ ଛୁରୀ, OD02 BG-4962 କାରକୁ ଜବତ କରାଯାଇଛି । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଗାନ୍ଧୀନଗର ପଡ଼ାର ମୁନା ବାରିକ (୩୦), ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସହରାପଡ଼ାର ଦୁର୍ବାସା ବେହେରା (୪୫), ଡୁଙ୍ଗୁରିପାଲି ଥାନା ଲୁଡ଼କିବେଡା ଗାଁ’ର ଲୋକନାଥ ନାଏକ (୨୩)କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।
କିନ୍ତୁ ରାମପୁର ଥାନା ବ୍ରାହ୍ମଣୀପାଲି ଗାଁ’ର ତନ୍ମୟ ବାଗ ଓରଫ ଟାଇଗର (୨୬)ର ପୁର୍ବରୁ ରାମପୁର ଥାନାରେ ମାମଲା ଥିବାରୁ ପୁଲିସ ତାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିଥିବାରୁ ଏଇ ଗୁଳିକାଣ୍ଡ ଘଟଣାରେ ସେ ସମ୍ପୃକ୍ତି ଥିବା ସୂଚନା ପାଇଥିଲା । ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ନିର୍ଦ୍ଦେଶରେ ପୁଲିସ ଏକ ଟିମ ଗଠନ କରି ତଦନ୍ତକୁ ଜୋରଦାର କରି ଗୁଳିକାଣ୍ଡ ଘଟଣାର ଖୁଲାସା କରିଥିଲେ । ଗତକାଲି ଶୁକ୍ରବାର ରାତି ୧୧ ଟା ସମୟରେ ଗୁଳିକାଣ୍ଡର ଅନ୍ୟତମ ଅଭିଯୁକ୍ତ ରାମପୁର ନିବାସୀ ଆଲୋକ ସରାଫ (୨୮) କୁ ରାମପୁର ପେଟ୍ରୋଲ ପମ୍ପ ନିକଟରୁ ବିନିକା ପୁଲିସ ଗିରଫ କରି ଥାନା ଆଣିଥିଲେ । ଆଜି ଅଭିଯୁକ୍ତକୁ କୋଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସୋନପୁର ଜେଲକୁ ପଠାଇ ଦିଅଯାଇଛି ବୋଲି ସବ ଇନିସ୍ପେକ୍ଟର ମାରୁତ ଚନ୍ଦ୍ର ପଧାନ ସୂଚନା ଦେଇଛନ୍ତି ।

