Homelocalଅବସର କାଳୀନ ସମ୍ବର୍ଦ୍ଧନା ସଭା

ଅବସର କାଳୀନ ସମ୍ବର୍ଦ୍ଧନା ସଭା

ରାୟଗଡା, (୦୨/୦୭) : ଆପ୍ର : ପିଏମ୍ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ଅନୁଷ୍ଠାନର ବରିଷ୍ଟ ହିନ୍ଦୀ ଶିକ୍ଷକ ଶ୍ରୀ ଅଶୋକ କୁମାର ଦାଶଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ହୋଇଥିଲା । ସଭାରେ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ନମିତା ପ୍ରଧାନ ଅଧ୍ୟକ୍ଷ ଭାବରେ ଆସନ ଅଳଙ୍କୃତ କରିଥିବା ବେଳେ, ପୂର୍ବତନ ଶିକ୍ଷକ ଶ୍ରୀ ଯୁକ୍ତ ବାଳକୃଷ୍ଣ ମିଶ୍ରଙ୍କ ସହ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ଏବଂ ଏମ୍ ମୂରଲୀ ଯୋଗ ଦେଇ ଶ୍ରୀ ଦାଶଙ୍କ ର କାର୍ଯ୍ୟଦକ୍ଷତାର ପ୍ରଶଂସା କରିଥିଲେ। ତତ୍ ସହିତ ବିଦ୍ୟାଳୟର ଶିକ୍ଷୟତ୍ରୀ ଆର୍ ରଜନୀ , ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ହୋଇ ଗୁମ୍ମା ସ୍କୁଲରେ ଯୋଗଦେଇ ଛନ୍ତି । ଏଥିସହ ଅଫିସ୍ କ୍ଲାର୍କ ଲଳିତ ମୋହନ ଦଣ୍ଡସେନା ଟ୍ରାନସ୍ଫରରେ ଗୁଣୁପୁର ସ୍କୁଲକୁ ଯାଉଛନ୍ତି ।

ସ୍କୁଲ ର ଶିକ୍ଷୟତ୍ରୀ ଅନୁରାଧା ଚୌଧୁରୀ ପ୍ରଧାନ ଶିକ୍ଷୟିତ୍ରୀ ହୋଇ ପଦ ଉନ୍ନତି ହୋଇଥିବା ବେଳେ, ସ୍କୁଲର ଜୁନିୟର କ୍ଲାର୍କ ସସ୍ମିତା ସାହୁ ଙ୍କ ର ପଦ ଉନ୍ନତି ହୋଇ ସିନିୟର୍ କ୍ଲାର୍କ ହେଇଛନ୍ତି । ସମସ୍ତଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଜଣାଇବା ସହିତ ସମସ୍ତଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂଶା କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ। ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରିବା ସହ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ଶ୍ରୀମତୀ ମାହେଶ୍ୱରୀ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments