ସମ୍ବଲପୁର, (୧୯/୦୭) : ଆପ୍ର : ହୀରାକୁଦ ଜଳଭଣ୍ଡାରକୁ ନେଇ ପୁଣିଥରେ ଆସିଛି ବଡ଼ ଖବର । ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢ଼ିବାରେ ଲାଗିଛି ଜଳସ୍ତର । ଗେଟ୍ ଖୋଲିବା ପୂର୍ବରୁ ସାଇରନ ମାଧ୍ୟମରେ ଲୋକମାନଙ୍କୁ ସତର୍କ କରାଯାଉଛି । ଜଲଭଣ୍ଡାରର ଜଳସ୍ତର ରହିଛି ୬୧୧. ୫୦ ଫୁଟ । ପ୍ରତି ସେକେଣ୍ଡ ରେ ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୫୭ ହଜ଼ାର ୪୪୨କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩୩ହଜାର ୬୨ କ୍ୟୁସକ ଜଳ । କେତୋଟି ଗେଟ୍ ଖୋଲାଯିବ ସକାଳ ୮ଟା ପରେ ନିଷ୍ପତି ନିଆଯିବ ।
ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ବାମ ପାର୍ଶ୍ବରୁ ୩ଟି ଓ ଡାହାଣ ପାର୍ଶ୍ବରୁ ଗୋଟିଏ ଗେଟ୍ ଖୋଲିବ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢ଼ିବାରେ ଲାଗିଛି ଜଳସ୍ତର । ଗେଟ୍ ଖୋଲିବା ପୂର୍ବରୁ ସାଇରନ ମାଧ୍ୟମରେ ଲୋକମାନଙ୍କୁସତର୍କ କରାଯାଉଛି। ଜଲଭଣ୍ଡାରର ଜଳସ୍ତର ରହିଛି ୬୧୧. ୫୦ ଫୁଟ । ପ୍ରତି ସେକେଣ୍ଡ ରେ ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୫୭ ହଜ଼ାର ୪୪୨କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩୩ହଜାର ୬୨ କ୍ୟୁସକ ଜଳ ।

