Homecrimeଭାଇ ହାତରେ ଭାଇର ହତ୍ୟା

ଭାଇ ହାତରେ ଭାଇର ହତ୍ୟା

ଝାରସୁଗୁଡ଼ା, (୦୫/୧୦) : ଆପ୍ର : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଘଟିଛି ଅଭାବନୀୟ ହତ୍ୟାକାଣ୍ଡ ।

ଜମିବାଡ଼ି ବିବାଦକୁ ନେଇ ନିଜ ବଡ଼ ଭାଇଙ୍କୁ ସାନ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଅଢ଼ାପଡ଼ା ଅଞ୍ଚଳର ୩୯ ବର୍ଷୀୟ ସୁଦର୍ଶନ ଓରାମ । ଅଭିଯୁକ୍ତ ତାଙ୍କ ସାନ ଭାଇ ୩୫ ବର୍ଷୀୟ କିଶୋର ଓରାମ ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ଘରୋଇ କଳହ ହୋଇଥିଲା । ପରେ କଳହ ଉଗ୍ର ରୂପ ନେବାରୁ କିଶୋର ଏକ କାଠ ଫାଳିଆରେ ସୁଦର୍ଶନଙ୍କୁ ଆକ୍ରମଣ କରିଥିଲେ ।

ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ପାଇ ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାରେ ବ୍ୟବହୃତ କାଠ ଫାଳିଆ ଜବତ କରିଛି । ଏନେଇ ଲଖନପୁର ଥାନାରେ କେସ୍ ନମ୍ବର ୨୭୪, ବିଏନ୍‌ଏସ୍‌ ଧାରା ୧୦୩(୧) ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ କିଶୋର ଓରାମଙ୍କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ ଚଲାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments