Homelocalସ୍କୁଲ ବାରଣ୍ଡାରେ ଶୋଉଛି ଭାଲୁ, ଗାଁ'ରେ ବନବିଭାଗ ଟିମର ସ୍ଥିତି ଅନୁଧ୍ୟାନ

ସ୍କୁଲ ବାରଣ୍ଡାରେ ଶୋଉଛି ଭାଲୁ, ଗାଁ’ରେ ବନବିଭାଗ ଟିମର ସ୍ଥିତି ଅନୁଧ୍ୟାନ

ଲମତାପୁଟ, (୨୬/୦୮) : ଆପ୍ର : କୋରାପୁଟ ଲାମତାପୁଟ ବ୍ଲକ ଗୁନେଇପଡ଼ା ଅଞ୍ଚଳରେ ଭାଲୁ ଆତଙ୍କ । ବିଭିନ୍ନ ଗାଁରେ ଘୁରି ବୁଲୁଛି ବିରାଟ ଭାଲୁ । ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛି ଭାଲୁ

ଆଜି ଭୋରରୁ ଭଲୁଟି ସ୍କୁଲ ବାରଣ୍ଡାରେ ଶୋଇଥିବା କିଛି ଲୋକ ଦେଖିଥିଲେ । ଭାଲୁକୁ ଦେଖି ଲୋକେ ପାଟି କଲେ କଲେ ଜଙ୍ଗଲ ଭିତରକୁ ଚାଲି ଯାଉଛି । ପୁଣି ସନ୍ଧ୍ୟାରେ ଗାଁ ମୁହାଁ ହେ ଥିବା ଜଣା ପଡିଛି । କିନ୍ତୁ ଏବେ ଯାଏଁ ଭାଲୁଟି କାହାର କ୍ଷତି କରିଥିବା ନଜରକୁ ଆସିନାହିଁ । ଶୁଣା ଯାଉଛି ଯେ, ଭାଲୁଟି କାହାର ପୋଷା ଭାଲୁ । ଅନ୍ୟପକ୍ଷରେ ଲମତାପୁଟ ବନାଞ୍ଚଳ ଅଧିକାରୀ ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି l ସ୍ୱତନ୍ତ୍ର ଟିମ ଗଠନ କରି ଭାଲୁ କିପରି ଗ୍ରାମ ଅଞ୍ଚଳ ମୁହାଁ ନହେବ ତାକୁ ନେଇ ପଦକ୍ଷେପ ନିଆ ଯାଉଥିବା କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments