Homelocalଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ : ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଓ ସଡ଼କ...

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ : ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଓ ସଡ଼କ ସୁରକ୍ଷା ସଚେତନତା ଉପରେ ଗୁରୁତ୍ୱ

ସୁବର୍ଣ୍ଣପୁର, (୦୧/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିନି କନଫରେନ୍ସ ହଲରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଛି ।

ଏହି ବୈଠକରେ ଜିଲ୍ଲାରେ ସେପ୍ଟେମ୍ବର ୨୦୨୬ରୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯିବ ଏବଂ ସମସ୍ତଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରାଯିବ । ଏହି ସଚେତନତା କାର୍ଯ୍ୟକ୍ରମ ସମସ୍ତ ବ୍ଲାକ୍ ସ୍ପଟ୍‌ଗୁଡ଼ିକରେ ଆୟୋଜନ କରାଯିବ ଏବଂ ନୂତନ ଉପାୟରେ ସଚେତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ଶିକ୍ଷା ବିଭାଗକୁ ବିଦ୍ୟାଳୟ ଅଞ୍ଚଳ ସୁରକ୍ଷା ପାଇଁ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ଜୁଲାଇ ମାସରେ ୪ଟି ଦୁର୍ଘଟଣା ଘଟିଛି ଏବଂ ୪ ଜଣଙ୍କ ମୃତ୍ୟୁ ଘଟିଛି । ଗତ ମାସରେ ଉଲୁଣ୍ଡାର ମାଟୁପାଲି ପେଟ୍ରୋଲ ପମ୍ପରେ, ଡୁଙ୍ଗୁରିପାଲିର ଶୁଖା ରାସ୍ତା, ଡୁଙ୍ଗୁରିପାଲିର ଇଚ୍ଛାପୁର ରାସ୍ତାର ପାଣି ଟାଙ୍କି ପାଖରେ ଦୁର୍ଘଟଣା ଘଟିଛି । ସେହିପରି ଜୁଲାଇ ମାସରେ ୭୪୩ଟି ଚାଲାଣ କରାଯାଇଛି ଏବଂ ତନ୍ମଧ୍ୟରୁ ୬୨୪ଟି ଚାଲାଣର ପଇସା ସଂଗ୍ରହ ବାକି ରହିଛି । ଗତ ମାସରେ ୫ ଲକ୍ଷ ୯୬ ହଜାର ୭ ଶହ ୮୫ ଟଙ୍କା ଚାଲାଣ ମାଧ୍ୟମରେ ସଂଗ୍ରହ କରାଯାଇଛି । ଜିଲ୍ଲାରେ ହେଲମେଟ୍ ନ ପିନ୍ଧିବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍ ଚଳାଇବା, ସିଟ୍ ବେଲ୍ଟ ନ ପିନ୍ଧିବା, ମାଲ ପରିବହନ ଯାନରେ ଲୋକମାନଙ୍କୁ ନେବା, ମଦ୍ୟପାନ କରି ଗାଡ଼ି ଚଳାଇବା ଆଦି ପାଇଁ ୪୧୨ଟି ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments