Homelocalପୂଜାସ୍ଥଳୀ ସୁରକ୍ଷା ଦାବିରେ ଆଦିବାସୀ ମେଳି, ଜବରଦଖଲ ଉଚ୍ଛେଦକୁ ଦୃଢ଼ ବିରୋଧ

ପୂଜାସ୍ଥଳୀ ସୁରକ୍ଷା ଦାବିରେ ଆଦିବାସୀ ମେଳି, ଜବରଦଖଲ ଉଚ୍ଛେଦକୁ ଦୃଢ଼ ବିରୋଧ

ରାଉରକେଲା, (୧୪/୦୭) : ଆପ୍ର : ପୂଜାସ୍ଥଳୀ ସୁରକ୍ଷା ଦାବିରେ ଆଦିବାସୀ ମେଳି । ଜମି ଅଧିଗ୍ରହଣ ହେଉ କିନ୍ତୁ ଆଦିବାସୀଙ୍କ ଧର୍ମପୀଠକୁ ଉଚ୍ଛେଦ କରା ନ ଯାଉ ।

ଏଭଳି ଦାବି ରଖି ଆଜି ରାଉରକେଲା ଠାରେ ଆଦିବାସୀ ମେଳି ହୋଇଛି । ବନ୍ଧମୁଣ୍ଡା ଶୀତଲ ନଗର ଠାରେ ଆଦିବାସୀଙ୍କ ପକ୍ଷରୁ ଏକ ବଡ଼ଧରଣର ଶୋଭାଯାତ୍ରା କରାଯାଇଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୬୦ ହଜାର କୋଟି ମଞ୍ଜୁର ହୋଇଛି । ଏଥିଲାଗି ଅଧିଗ୍ରହଣ ହୋଇଥିବା ଜମିରୁ ଜବରଦଖଲ ଉଚ୍ଛେଦ ଜୋରଦାର କରାଯାଉଛି । ଏହିକ୍ରମରେ ଆଜି ସାରନା ପୀଠରୁ ଜବରଦଖଲ ଉଚ୍ଛେଦବେଳେ ଏହାକୁ ଦୃଢ଼ ବିରୋଧ କରିଥିଲେ ଆଦିବାସୀ । ବନ୍ଧମୁଣ୍ଡା ଶୀତଳ ନଗର ରେ ଥିବା ସାରନା ପୂଜା ସ୍ଥଳ ଆଦିବାସୀ ଙ୍କ ଆସ୍ଥା । ଏଣୁ ଆଦିବାସୀଙ୍କ ଧାର୍ମିକ ଆସ୍ଥା ଉପରେ ପ୍ରହାର କରା ନ ଯାଉ ବୋଲି କହିଛନ୍ତି ଶତାଧିକ ମହିଳା ଓ ପୁରୁଷ ଆଦିବାସୀ ।

ପାରମ୍ପରିକ ବେଶବୁଶା ଧାରଣ କରି ଆରଏସପିର ଜବରଦଖଲ ଉଚ୍ଛେଦକୁ କଡ଼ା ପ୍ରତିବାଦ କରିଥିଲେ । ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ହେଉ କିନ୍ତୁ ଆସ୍ଥାର ପୀଠ ସାରନାକୁ ପୂଜାର୍ଚ୍ଚନା ପାଇଁ ଛାଡ଼ି ଦିଆଯାଉ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ । ଅପରପକ୍ଷେ ଆଇନ ଶୃଙ୍ଖଳାକୁ ନଜରରେ ରଖି ରାଉରକେଲା ପୋଲିସ ପକ୍ଷରୁ ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments