Homelocalସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

  • କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ସାମ୍ବାଦିକ ମାନଙ୍କ ଦ୍ୱାରା ଦିବଙ୍ଗତ ଆତ୍ମାର ସଦଗତି କାମନା

ମୁରିବାହାଲ, (୨୩/୦୬) : ଆପ୍ର : ପ୍ରମେୟ ନ୍ୟୁଜ୍-୭ କଣ୍ଟାବାଞ୍ଜି ଓ ଦୈନିକ ସମାଜ ଖବରକାଗଜର ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗ ହୋଇଯାଇଛି।WhatsApp Image 2026 06 23 at 17.52.13

ସୂଚନା ଅନୁଯାୟୀ, ଅତ୍ୟାଧିକ ରକ୍ତଚାପ ଯୋଗୁଁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଖଡ଼ିଆଳ ମିଶନ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ପରେ ହେଡ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ଛତିଶଗଡ଼ର ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥ କୁଦୋଭଟା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗରେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର କାର୍ଯ୍ୟରତ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 06 23 at 17.52.13 1

ଏଥିରେ କଣ୍ଟାବାଞ୍ଜି ପ୍ରେସ କ୍ଲବର ସଭାପତି ପ୍ରଭିଜିତ ସିଂ ସାଲୁଜା, ସାମ୍ବାଦିକ ସଂଘ କଣ୍ଟାବାଞ୍ଜିର ସଭାପତି ମୋହନ ସୋନି, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ହୁଲେଶ୍ୱର ହଂସ, ଦୀପକ ଯାଦବ, ପୁଷ୍ପକେତୁ ବେହେରା, ସୁରଦାସ ବାଗ, ଅଶୋକ ଖମାରି, ସୁଶାନ୍ତ ବେହେରା, ଡଃ ନାରାୟଣ ମିଶ୍ର, ଅନିଲ ତ୍ରିପାଠୀ, ଜୟନ୍ତ ସାହୁ, ନବୀନ ତାଣ୍ଡି, ରୋହନ ମହତ, ରାଧେଶ୍ୟାମ ମେହେର, ସୁଶାନ୍ତ ଥନାପତି, ଏସ୍ କେ ସମିମ, ପ୍ରମୋଦ ବେହେରା, ବଂଶୀ ବେହେରା, ତ୍ରିନାଥ ସାହୁ, ଶ୍ରୀତମ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଶୋକ ସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ରଖିବାକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ସେମାନେ କାମନା କରିଛନ୍ତି। ଏଥିରେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର କଣ୍ଟାବାଞ୍ଜି, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ବ୍ଲକ ଅଞ୍ଚଳର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments