ବଲାଙ୍ଗୀର//ଟିଟିଲାଗଡ, (୨୨/୦୬) : ଆପ୍ର : ଟିଟିଲାଗଡ ରୁ ପିପଲପଦର ଗ୍ରାମ କୁ ସ୍ଥାନାନ୍ତରିତ ନୂତନ ଚିକିତ୍ସାଳୟର ତିନି ଜଣ କର୍ମଚାରୀ ମିଶି ପରାସରା ଗ୍ରାମ ର କୁମୁଦ ବଗର୍ତ୍ତି ନାମକ ଜଣେ ବ୍ୟକ୍ତି ଙ୍କ ସ୍ତ୍ରୀ ଠାରୁ ୧୪୦୦ ଟଙ୍କା ନେଇ ସରକାରୀ ସାଲାଇନ ଓ ଔଷଧ ଦେବା ଭଳି ଗୁରୁତର ଅଭିଯୋଗ ହୋଇଛି ।
କୁମୁଦ କିଡନୀ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ସେ ରାୟପୁର ରୁ ଫେରି ଏହି ଡାକ୍ତରଖାନା କୁ ତାଙ୍କ ସ୍ତ୍ରୀ ସହ ଆସିଥିଲେ । ସରକାରୀ ଭାବେ ଭର୍ତ୍ତି କରିବା ବଦଳ ରେ କିଛି ସାଲାଇନ, ଇଞ୍ଜେକସନ ଦେଇ ତିନି କର୍ମଚାରି ୧୪୦୦ ଟଙ୍କା ଠକେଇ କରି ତାଙ୍କ ଘରକୁ ପଠେଇ ଦେଇଥିଲେ। ଘରେ ସାଲାଇନ ଓ ଇଞ୍ଜେକ୍ସନ ଦେବାରୁ ସେ ଗୁରୁତର ହୋଇ ପଡ଼ିଥିଲେ । ଏକ ଗାଡ଼ି ଭଡ଼ା କରି ବଲାଙ୍ଗୀର କୁ ନେଇ ଯାଇ ମ୍ୟାଡିକାଲ କଲେଜ ଡାକ୍ତରଖାନା ରେ ଭର୍ତ୍ତି କରଯାଇଛି । ଏନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ଆବଶ୍ୟକୀୟ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

