Homelocalସରୁନାହିଁ ଲୋୟର୍‌ ସୁକ୍‌ତେଲ୍‌ ବିସ୍ଥାପିତଙ୍କ ଦୁଃଖ, ଗର୍ଜନ ଗ୍ରାମବାସୀଙ୍କ ସାଂଘାତିକ ଅଭିଯୋଗ

ସରୁନାହିଁ ଲୋୟର୍‌ ସୁକ୍‌ତେଲ୍‌ ବିସ୍ଥାପିତଙ୍କ ଦୁଃଖ, ଗର୍ଜନ ଗ୍ରାମବାସୀଙ୍କ ସାଂଘାତିକ ଅଭିଯୋଗ

ବଲାଙ୍ଗିର, (୦୩/୦୯) : ଆପ୍ର : ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ଆଂଶିକ ପ୍ରଭାବିତ ଗର୍ଜନ ଗାଁ’ରେ ଏବେ ବି ଭୁଏ ପରିବାର ଓ ପ୍ରଧାନ ପରିବାର ଗାଁ’ରେ ରହିଛନ୍ତି ।

ସେମାନେ ଅଭିଯୋଗ କରିଛନ୍ତି, ପ୍ରଶାସନ ସେମାନଙ୍କ ପ୍ରତି ଅବହେଳା କରିଛି । ଉଚିତ କ୍ଷତିପୂରଣ ନଦେଇ ଗାଁ ଛାଡ଼ି ଯିବାକୁ କହୁଛି ପ୍ରଶାସନ । କିନ୍ତୁ ଗାଁରେ ରହି ଲୋୟର୍‌ ସୁକ୍‌ତେଲ୍‌ ଡେମ୍‌ ପାଣିରେ ବୁଡ଼ି ମରିବୁ ପଛେ ଆମେ ସଂପୂର୍ଣ୍ଣ କ୍ଷତିପୂରଣ ନ ପାଇବା ପର୍ଯ୍ୟନ୍ତ ଗାଁ ଛାଡ଼ି ଯିବୁନାହିଁ ବୋଲି ସେମାନେ ମତ ରଖିଛନ୍ତି । ଚାରିପଟେ ଲୋୟର୍‌ ସୁକ୍‌ତେଲ୍‌ ଡେମ୍‌ ପାଣି ମାଡ଼ି ଆସୁଛି । ପାଣି କେତେବେଳେ କେମିତି ଘର ପାଖକୁ ବି ଚାଲି ଆସୁଥିବା ସେମାନେ କହିଛନ୍ତି ।

ସେମାନେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟକୁ ଧାଇଁ ଧାଇଁ ହଇରାଣ ହେଉଥିବା ବେଳେ ସେମାନଙ୍କ କଥା କେହି ଶୁଣୁନଥିବା କହିଛନ୍ତି । ସେମାନେ ଆହୁରି କହିଛନ୍ତି, ଆମ ଘର, ଜମି ସବୁ ୨୦୨୪ ମସିହାରୁ ସର୍ଭେ ହୋଇଛି । ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ମିଲୁନି । କେବଳ ମୁଣ୍ଡପିଛା ଟଙ୍କା ନେଇ ଗାଁ ଛାଡ଼ି ପଳାଅ ବୋଲି ଅଧିକାରୀମାନେ କହୁଥିବା ସେମାନେ ଅଭିଯୋଗ ଆଣିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments