ମାରଣାସ୍ତ୍ର ଦେଖାଇ ସୁନା ଦୋକାନରୁ ଲୁଟ୍ ଉଦ୍ୟମ, ପାଟି କରିବାରୁ ମୋବାଇଲ ଛଡ଼ାଇ ଲୁଟେରା ଫେରାର

Date:

Share post:

ବାଲେଶ୍ବର, (୦୬/୦୬) : ଆପ୍ର : ମାରଣାସ୍ତ୍ର ଦେଖାଇ ସୁନା ଦୋକାନରୁ ଲୁଟ୍ ଉଦ୍ୟମ । ପାଟି କରିବାରୁ ମୋବାଇଲ ଛଡ଼ାଇ ଲୁଟେରା ଫେରାର ।

ବାଲେଶ୍ଵର ଚାନ୍ଦିପୁର ଥାନା ପଟାପୋଲ ଛକ ନିକଟରେ ଚାଞ୍ଚଲ୍ୟ । ସୁନା ଦୋକାନରୁ ସଶସ୍ତ୍ର ଡକାୟତି ଉଦ୍ୟମର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଚାନ୍ଦିପୁର ପଟାପୋଲ ଅଞ୍ଚଳର ସଞ୍ଜିତ କାମିଳା ନିଜ ଦୋକାନରେ ଥିବା ବେଳେ ଦୁଇ ଜଣ ଲୁଟେରା ଗ୍ରାହକ ହୋଇ ଆସିଥିଲେ ଆଉ ସୁନା ଦେଖାଇବାକୁ କହିଥିଲେ । ପରେ ଅନ୍ୟ ଜଣେ ଲୁଟେରା ଆସି ମୋବାଇଲ ଫୋନ୍ ଛଡ଼ାଇନେବା ସହ ମାରଣାସ୍ତ୍ର ଦେଖାଇ ଭୟଭିତ କରିଥିଲା । ସଞ୍ଚିତ ଜୋରରେ ପାଟି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲୁଟେରା ମାନେ ମାଡିବସିଥିଲେ। ଠିକ ସେହି ସମୟରେ ଘର ଲୋକ ପହଞ୍ଚିଯିବାରୁ ୩ଜଣ ଲୁଟେରା ଦୌଡି ପଳାଇଥିଲେ । ଘଟଣାକୁ ନେଇ ଚାନ୍ଦିପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ତାତିରେ ଥରହର ରାଜ୍ୟ, ୫୦ ଡିଗ୍ରୀ ଭଳି ଅନୁଭୂତ ହେଉଛି ଗରମ, ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା IMD

ଭୁବନେଶ୍ୱର, (୦୬/୦୬) : ଆପ୍ର : ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ଓଡ଼ିଶା। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଦିନ ୨ଟା ୩୦...

ଆଇଟିଡିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲିଗୁଡା, (୦୬/୦୬) : ଆପ୍ର : ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ...

ଶିଶୁ ଟିକାକରଣରେ ଗାଁ ଆଗୁଆ

ଭୁବନେଶ୍ବର, (୦୬/୦୬) : ଆପ୍ର : ରାଜ୍ୟରେ ଶିଶୁଙ୍କ ଟିକାକରଣ ବୃଦ୍ଧି ପାଇଛି । ଟିକାକରଣ ହାର ଶତପ୍ରତିଶତରୁ କମ୍ ରହିଥିଲେ ସୁଦ୍ଧା ଏହା...

ଚାଉଳର ମିଲିଂ ୨ଗୁଣା ବୃଦ୍ଧି

ଭୁବନେଶ୍ୱର, (୦୬/୦୬) : ଆପ୍ର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି...