Homelocalଲଗାଣ ବର୍ଷାରେ ଉପୁଡ଼ିଲା ବିରାଟ ଗଛ, ଅଳ୍ପକେ ବର୍ତ୍ତିଲେ ଲୋକ

ଲଗାଣ ବର୍ଷାରେ ଉପୁଡ଼ିଲା ବିରାଟ ଗଛ, ଅଳ୍ପକେ ବର୍ତ୍ତିଲେ ଲୋକ

ଛତ୍ରପୁର, (୨୫/୦୯) : ଆପ୍ର : ଲଗାଣ ବର୍ଷାରେ ଉପୁଡି ପଡ଼ିଲା ବିରାଟକାୟ ଗଛ । ଅଳ୍ପକେ ବର୍ତ୍ତିଲେ କିଛି ଲୋକ ।

ଛତ୍ରପୁର ଠାରୁ ଗୋପାଳପୁର କୁ ସଂଯୋଗ କରୁଥିବା NH 516 ରାସ୍ତା ଉପରେ ଏକ ଗଛ ପଡିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଛତ୍ରପୁର ଠାରୁ ଆର୍ଯ୍ୟପଲ୍ଲୀ, ଗୋପାଳପୁର ସମେତ ବିଭିନ୍ନ ରାସ୍ତା ଦେଇ ଯାତାୟତ ବନ୍ଦ ରହିଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରୁଛନ୍ତି । ଘଟଣାର ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ରାସ୍ତା ଉପରେ ପଡ଼ିଥିବା ବିରାଟ ଗଛକୁ କାଟି ହଟାଇବା କାମ ଆରମ୍ଭ କରିଛନ୍ତି ଅଗ୍ନିଶମ କର୍ମଚାରୀ । ରାସ୍ତା ସଫା କରିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ, ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଗଛ ଉପୁଡ଼ିବା ଓ ରାସ୍ତା ଅବରୋଧ ଭଳି ସମସ୍ୟା ଦେଖାଦେଇପାରେ । ତେଣୁ ଯାତ୍ରୀମାନଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments