ମୁରିବାହାଲ, ତା ୫/୦୮/୨୬ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିସିରା ପଞ୍ଚାୟତ ଅନ୍ତର୍ଗତ ଖରାଳି ଗ୍ରାମ ନିକଟସ୍ଥ ରହେଁନଚୁଆ ମୁଣ୍ଡା
ପର୍ଯ୍ୟଟନ କ୍ଷେତ୍ରରେ ବୁଧବାର ଦିନ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୫୧ ଗୋଟି ବେଳ ଗଛ, ୫୨ ଗୋଟି ନଡ଼ିଆ ଗଛ, ୨୮ ଗୋଟି ରୟାଲ ପାଲମ ଗଛ, ୫ ଗୋଟି ଆମ୍ବ ଗଛ ଓ ୫ ଗୋଟି ପିଜୁଳି ଗଛ ରୋପଣ କରାଯାଇଥିଲା।
ଏହା ପୂର୍ବରୁ ମଧ୍ୟ ବହୁ ପ୍ରକାର ବୃକ୍ଷରୋପଣ କରାଯାଇ ପର୍ଯ୍ୟଟନ ସ୍ଥଳୀକୁ ଆକର୍ଷଣୀୟ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଦେବରାଜ ପାତ୍ର, ଇଞ୍ଜିନିଅର ବାଲକୃଷ୍ଣ ମେହେର, ସବ୍ୟସାଚୀ ବେହେରା, ଲଳିତ ମହାନ୍ତି, ପୁଲସ୍ତି ବେହେରା, ରାମୁ ନିଆଲ, ରୋହିତ ପଧାନ, ଝସକେତନ ବେହେରା, କଳ୍ପନା ବେହେରା, ଅଞ୍ଜଳି ସିହ୍ନା, କୁସୁମ ବେହେରା, ଲୋଚନ ବଗର୍ତ୍ତୀ ସହିତ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

