ସୁବର୍ଣ୍ଣପୁର, (୩୦/୦୮) : ଆପ୍ର : ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ, ଏହା ଦେଶ ପାଇଁ ଏକ ଆନ୍ଦୋଳନ ଓ ବିପ୍ଳବ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଉଛି ।
ଏହି ଅବସରରେ “ମାସ୍ ସାଇକେଲ୍ ରାଲି ବାହାରି ରାମେଶ୍ୱର ଷ୍ଟାଡିୟମ୍ ରେ ପହଞ୍ଚିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ବିଜେପି ରାଜ୍ୟ ଷ୍ଟେଟ ଏଜିକ୍ୟୁଟିଭ୍ ମେମ୍ବର ପ୍ରମୋଦ ମହାପାତ୍ର, ସୋନପୁର ପୌରପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ସ୍ଵଚ୍ଛ ଭାରତ ସଙ୍ଗଠନ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ ,ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯମୁନା ପ୍ରଧାନ, ମଞ୍ଚାସୀନ ହୋଇଥିଲେ ।
ସଭା ପରେ ପରେ ସମସ୍ତ ଅତିଥିଙ୍କ ଦ୍ଵାରା ଧଳା ପତାକା ଦେଖେଇ ମାସ୍ ସାଇକେଲ୍ ରାଲି (ସଣ୍ଡେ ସାଇକ୍ଲିଂ) ର ଶୁଭାରମ୍ଭ କରିଥିଲେ । ଏହି ମାସ୍ ସାଇକେଲ୍ ରାଲି (ସଣ୍ଡେ ସାଇକ୍ଲିଂ) ରାମେଶ୍ୱର ଷ୍ଟାଡିୟମ୍ର ଇଣ୍ଡୋର୍ ହଲ୍ଠାରୁ ଆରମ୍ଭ ହୋଇ → ସୁରେଶ୍ୱରୀ ମନ୍ଦିର ଛକ → ସୁବର୍ଣ୍ଣମେରୁ ମନ୍ଦିର → ହେଲିପ୍ୟାଡ୍ ରୋଡ୍ → ସର୍କିଟ୍ ହାଉସ୍ → ସ୍ୱିମିଂ ପୁଲ୍ → ଇଣ୍ଡୋର୍ ହଲ୍, ରାମେଶ୍ୱର ଷ୍ଟାଡିୟମ୍, ସୁବର୍ଣ୍ଣପୁର ଠାରେ ଶେଷ ହୋଇଅଛି ।
ଏହି ରାଲି ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୋନପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋନପୁର(ଖେଳ ଇଣ୍ଡିଆ), ମହାରାଜା ଉଚ୍ଚ ବିଦ୍ୟାଳୟ, କୋଶଳ ଉଚ୍ଚ ବିଦ୍ୟାଳୟ, ପ୍ରଜ୍ଞା ଭାରତୀ ଆବାସିକ ବିଦ୍ୟାଳୟ, ସୋନପୁର ମହାବିଦ୍ୟାଳୟର (NCC) Infinity ର ଛାତ୍ରଛାତ୍ରୀମାନେ ଏବଂ ଶିକ୍ଷକ/ ଶିକ୍ଷୟିତ୍ରୀ, ସ୍ଵଚ୍ଛ ଭାରତ ସଂଗଠନର ସଦସ୍ୟ ମାନେ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲାଜୀ ବିଶ୍ଵନାଥ, ସମେତ ଶାରୀରିକ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଖେତି, ଆଶିଷ କୁମାର ଅଗ୍ରୱାଲ ,
କୋଚ୍ ଖେଲୋ ଇଣ୍ଡିଆ ଶ୍ରୀ ମହମ୍ମଦ କଳିମ, ସାମ୍ବାଦିକ ତଥା ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟ ଉପସ୍ଥିତ ଥିଲେ l ଜାତୀୟ କ୍ରୀଡା ଦିବସ ପାଳନ ସଭାକୁ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ସଂଯୋଜନା ଓ ଆୟୋଜନ ମଧ୍ୟ କରିଥିଲେ ।



