ସୁବର୍ଣ୍ଣପୁର , (୧୨/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଝାରକଦଳୀ ପାଲି ଗାଁରେ ବେଆଇନ ଭାବେ ଖୁଲମଖୁଲ୍ଲା ଖୋଲା ଦେଶୀ ରନ୍ଧା ମଦ ଠାରୁ ଆରମ୍ଭ କରି ପାଉଚ, ବିଦେଶୀ ମଦ, କଫ ସିରଫ, ନିଶା ବଟିକା ଆଦି ବିକ୍ରୀ ହେଉଥିବା ଅଭିଯୋଗ ନେଇ ଗ୍ରାମରେ ଥିବା ୧୬ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟାମାନେ ଶୁକ୍ରବାର ବିନିକା ଥାନା ଓ ବିନିକା ଅବକାରୀ ଥାନାର ଦ୍ୱାରସ୍ତ ହୋଇ ମଦ ବନ୍ଦ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ।
ମହିଳା ମାନଙ୍କ କହିବା ଅନୁଯାଇ ଝାର କଦଳୀ ପାଲି ଗ୍ରାମର ଚତୁର୍ପାଶ୍ୱ ଓ ଗାଁ ଭିତରେ ମଧ୍ୟ ବିଭିନ୍ନ ପ୍ରକାର ମାଦକଦବ୍ୟ ,ଖୁଲମଖୁଲା ମଦ ବିକ୍ରି ହେଉଥିବାରୁ ଗାଁ’ର ଛୋଟରୁ ବଡ଼ ସମସ୍ତେ ନିଶାଖାଇ ବର୍ବାଦ ହେବା ସହ ଭୁଲ ରାସ୍ତାରେ ଯାଉଥିବା ବେଳେ ଅନେକ ଜଣଙ୍କ ଜୀବନ ବି ଚାଲି ଯାଇଥିବା ଅଭିଯୋଗ ହୋଇଛି । ଗାଁ’ର ଝିଅ ବୋହୁ ସୁରକ୍ଷିତ ଯିବା ଆସିବା କରିପାରୁ ନାହାନ୍ତି । ଛୋଟ ଛୋଟ ପିଲାମାନେ ମଧ୍ୟ ମାଦକ ଦ୍ରବ୍ୟ ବ୍ୟବହାର କରିବା ଆରମ୍ଭ କରୁଛନ୍ତି । ଗ୍ରାମରେ ପ୍ରତିଦିନ କଳହ ଝଗଡା ହେଉଛି । ପରିବାର ମଧ୍ୟରେ ଅଶାନ୍ତି ଲାଗି ରହୁଛି l ମଦ୍ୟପ ଙ୍କ ଉତ୍ପାତ ଯୋଗୁଁ ସ୍କୁଲ ଛାତ୍ରୀ ମାନେ ସ୍କୁଲ ଯିବାକୁ ଭୟ କରୁଛନ୍ତି । ଏନେଇ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଅବକାରୀ ଥାନା ଅଧିକାରୀ ବୁଦ୍ଧଦେବ ପୁଟେଲ ଓ ଥାନା ଅଧିକାରୀ ଅନିତା କିଡୋଙ୍କୁ ଭେଟି ଗାଁ’ରେ ମଦ ବନ୍ଦ କରାଯାଉ ବୋଲି ଲିଖିତ ଅଭିଯୋଗ କରିଛନ୍ତି l ଉଭୟ ଥାନା ଅଧିକାରୀ ଏହି ବିଷୟରେ ଖୁବ ଶୀଘ୍ର ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେବା ପରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ଘରକୁ ଫେରି ଯାଇଥିଲେ ।

