Homelocalକବିସୂର୍ଯ୍ୟନଗର ବିଧାୟକଙ୍କ ଦ୍ୱାର ନୂତନ ଆରଆଇ ଅଫିସ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ

କବିସୂର୍ଯ୍ୟନଗର ବିଧାୟକଙ୍କ ଦ୍ୱାର ନୂତନ ଆରଆଇ ଅଫିସ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ

ପୁରୁଷୋତ୍ତମପୁର, (୧୫/୦୭) : ଆପ୍ର : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ରେ ଥିବା ପୁରାତନ ରେଭେନ୍ୟୁ ଅଫିସ ଜରାଜୀର୍ଣ ହୋଇ ଯାଇଥିବା ଯୋଗୁଁ, ଏବଂ ବିଛା, ସାପ ର ଆତଙ୍କ ଦେଖାଦେଇଥିବା ହେତୁ ଏକ ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଗୃହ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୬୪ ଲକ୍ଷରୁ ଉର୍ଦ୍ଧ ଅର୍ଥ ବ୍ୟୟ ଅଟକଳରେଏହି କାର୍ଯ୍ୟା ଳୟ ନିର୍ମାଣ ହେବ । ଏଥିପାଇଁ ଏହି କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ନିମନ୍ତେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ପୂଜାର୍ଚ୍ଚନା ସହ ନଡ଼ିଆ ଭାଙ୍ଗି ପୁଷ୍ପାଞ୍ଜଳି ଦେଈ ଫଳକ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମୁ ଉନ୍ନୟନ ବିଭାଗୀୟ ଏସଡ଼ିଓ ଅରବିନ୍ଦ ସ୍ବାଇଁ, ସହକାରୀ ଯନ୍ତ୍ରୀ ଲୋକନାଥ ନାୟକଙ୍କ ସହଏହି କାର୍ଯ୍ୟର ଠିକାଦାର ଶ୍ୟାମସୁନ୍ଦର ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳାଙ୍କ ସହ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହି ବିଧାୟକଙ୍କୁ ବାଜା ବାଜଣା ବଜାଇ ହାଇସ୍କୁଲ ଛକଠାରୁ ଭିତ୍ତି ପ୍ରସ୍ତର ସ୍ଥାପନ ସ୍ଥଳକୁ ଆଣିଥିଲେ ।

ଏହି କାର୍ଯ୍ୟକ୍ରମ ରେ ପାଣ୍ଡିଆ ସରପଞ୍ଚ ପ୍ରତିନିଧି ସନ୍ତୋଷ ସେଠୀ, ସିଏଚ ନୂଆଙ୍ଗା ପୂର୍ବତନ ସମିତି ସଭ୍ୟ ପ୍ରତାପ ଚନ୍ଦ୍ର ସାବତ, ଭୁତ ସରସିଙ୍ଗି ସରପଞ୍ଚ ତଥା ବିଧାୟକ ପ୍ରତିନିଧି ମନୋଜ ଦାଶ, ଅଭିରାମ ବେହେରା, ବିଜେପି ଯୁବନେତା ଶ୍ରୀକାନ୍ତ ପଣ୍ଡା, ମଣ୍ଡଳ ସଭାପତି ଶ୍ରୀକାନ୍ତ ସ୍ୱାଇଁ, ସିଏଚ ନୂଆଙ୍ଗା ସମିତି ସଭ୍ୟା ଆଭା ପରିଡା, ପ୍ରଶାନ୍ତ ପରିଡା, ଲିଟୁନ ଦାଶ, ଏସ ଏଚ ଜି ଗ୍ରୁପ ସଭାପତି ମମତା ପ୍ରଧାନ ଙ୍କ ସହ ବହୁ ଦକୀୟ ନେତା, କର୍ମୀ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments