Homeaccidentଟ୍ରେନ ଧକ୍କାରେ ବୃଦ୍ଧ ସହ ଏକ ଗାଈ ମୃତ, ଜିଆରପି ପୋଲିସର ତଦନ୍ତ ଆରମ୍ଭ

ଟ୍ରେନ ଧକ୍କାରେ ବୃଦ୍ଧ ସହ ଏକ ଗାଈ ମୃତ, ଜିଆରପି ପୋଲିସର ତଦନ୍ତ ଆରମ୍ଭ

କଣ୍ଟାବାଞ୍ଜି, (୧୦/୦୭) : ଆପ୍ର : ଟ୍ରେନ ଧକ୍କାରେ ବୃଦ୍ଧ ସହ ଏକ ଗାଈ ମୃତ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେ ଘଟିଛି ଏକ ଦୁଃଖଦ ଘଟଣା । ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।

ମୃତକ କଣ୍ଟାବାଞ୍ଜି ଗାନ୍ଧୀନଗର ପଡ଼ାର ଗୋପୀମହାନନ୍ଦ ବୋଲି ଜଣାପଡ଼ିଛି । ବଙ୍ଗୋମୁଣ୍ଡା ରେଳ ଫାଟକ ନିକଟରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି କଣ୍ଟାବାଞ୍ଜି ଗାନ୍ଧୀନଗର ପଡ଼ାର ବାସିନ୍ଦା ଗୋପୀ ମହାନନ୍ଦ। ଗୋପୀ ମହାନନ୍ଦ ଶୌଚ ସାରି ଘରକୁ ଫେରୁଥିବା ବେଳେ ରେଳ ଧାର ଅତିକ୍ରମ କରୁଥିଲେ । ସେହି ସମୟରେ ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ଗୋପୀଙ୍କ ଦେହ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଏହା ସହ ପାଖରେ ଥିବା ଏକ ଗାଈର ମଧ୍ୟ ମୃତୁ ଘଟିଛି । ଘଟଣା ଜଣାପଡ଼ିବା ପରେ କଣ୍ଟାବାଞ୍ଜି ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments