Homelocalବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା, ରାକ୍ଷୀ ପୂର୍ଣ୍ଣିମାରେ ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା, ରାକ୍ଷୀ ପୂର୍ଣ୍ଣିମାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର, (୨୬/୦୮) : ଆପ୍ର : ଓଡ଼ିଶା ପାଗରେ ପୁଣି ଆସିପାରେ ବଡ଼ ପରିବର୍ତ୍ତନ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଅଗଷ୍ଟ ୨୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହି ଘୂର୍ଣ୍ଣିବଳୟ ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି । ଅଗଷ୍ଟ ୨୯ କିମ୍ବା ୩୦ ତାରିଖ ବେଳକୁ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହାପୂର୍ବରୁ ରାଜ୍ୟରେ ଦେଖାଦେଇପାରେ ଏହାର ପ୍ରଭାବ ।

୨୭ରୁ ୨୮ ଅଗଷ୍ଟ ମଧ୍ୟରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । କେତେକ ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ରହିପାରେ।ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଏହା କେତେ ଶକ୍ତିଶାଳୀ ହେବ, ଲଘୁଚାପରେ ପରିଣତ ହେବା ପରେ କେଉଁ ଦିଗରେ ଗତି କରିବ ଏବଂ ଓଡ଼ିଶାର କେଉଁ ଅଞ୍ଚଳରେ ସର୍ବାଧିକ ବର୍ଷା ହେବ ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସେପଟେ ଅଗଷ୍ଟ ଶେଷ ସପ୍ତାହରେ ମଧ୍ୟ ମୌସୁମୀ ବର୍ଷାର ପ୍ରଭାବ କମିବାର ନାଁ ନେଉନାହିଁ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅନେକ ରାଜ୍ୟରେ ପାଣିପାଗ ଅସ୍ଥିର ରହିବା ଆକଳନ କରାଯାଇଛି । ତେଣୁ ସ୍ଥାନୀୟ ପ୍ରଶାସନ ଓ ପାଣିପାଗ ବିଭାଗର ନୂଆ ସତର୍କ ସୂଚନା ଉପରେ ନଜର ରଖିବା ଜରୁରୀ ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments