Homelocalପୂର୍ବତନ ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ ଦାବିରେ ସ୍କୁଲରେ ତାଲା ମାରିଲେ ଗ୍ରାମବାସୀ

ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ ଦାବିରେ ସ୍କୁଲରେ ତାଲା ମାରିଲେ ଗ୍ରାମବାସୀ

ସୁବର୍ଣ୍ଣପୁର, (୨୦/୦୭) : ଆପ୍ର : ପୂର୍ବତନ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବିଶିଙ୍କ ବଦଳି ଆଦେଶ ସ୍ଥଗିତ ରଖିବା ଦାବିରେ ଖଇରମାଲ ଗ୍ରାମବାସୀ ସ୍କୁଲରେ ତାଲା ମାରି ପ୍ରତିବାଦ କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରଧାନ ଶିକ୍ଷକ ସୁଶୀଲ ବିଶି ଗତ କିଛି ବର୍ଷ ଧରି ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମାର୍ଗଦର୍ଶନରେ ସ୍କୁଲର ପାଠପଢା ଏବଂ ପିଲାମାନଙ୍କ ଫଳାଫଳ ବହୁତ ଭଲ ହୋଇଥିଲା । ତେବେ ହଠାତ୍ ତାଙ୍କ ବଦଳି ଆଦେଶ ଆସିବା ପରେ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିବାଦରେ ଯୋଗଦେଇଥିବା ଅଭିଭାବକ ମାନଙ୍କ କହିବା ଅନୁସାରେ ସୁଶୀଲ ସାର ଆମ ପିଲାମାନଙ୍କୁ ନିଜ ପିଲା ପରି ପଢାନ୍ତି ଓ ତା ସାଙ୍ଗକୁ ପିଲାଙ୍କ ପାଠପଢା ସହିତ ସ୍ୱାସ୍ଥ୍ୟ ର ମଧ୍ୟ ନିୟମିତ ପଚାରି ବୁଝନ୍ତି । ସ୍କୁଲ ର ପରିବେଶ କୁ ସଫାସୁତରା ରଖୁଥିଲେ ।

ଏମିତି ଶିକ୍ଷକ ପାଇ ଗାଁ ବାଲାଙ୍କ ମନ ବେଶ ଖୁସ ଥିଲା । ହଠାତ ଖବର ପାଇଲେ ଯେ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇଯାଇଛି ତେଣୁ ସମସ୍ତ ଅଭିଭାବକ ମାନେ କଥା ବାର୍ତା ହୋଇଥିଲେ । ଯଦି ସାର ସ୍କୁଲ ରୁ ଚାଲିଯିବେ ତେବେ ଆମ ସ୍କୁଲର ଭବିଷ୍ୟତ ଅନ୍ଧକାର ହୋଇଯିବ । ତେଣୁ ତାଙ୍କ ବଦଳି ତୁରନ୍ତ ସ୍ଥଗିତ ରଖାଯାଉ ବୋଲି ଆଜି ଅଭିଵାବକ ମାନେ ସ୍କୁଲରେ ତାଲା ପକାଇ ଦେଲେ । ଏହି ଘଟଣା ଯୋଗୁଁ ଆଜି ସ୍କୁଲରେ ପାଠପଢା ବାଧା ରହିଥିଲା । ଶିକ୍ଷା ବିଭାଗ ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଗ୍ରାମବାସୀ କେମିତି ଶିକ୍ଷା ବ୍ୟବସ୍ତା ବୋଲି ଆଲୋଚନା କରୁଛନ୍ତି।ଗ୍ରାମବାସୀ ଚେତାବନୀ ଦେଇଛନ୍ତି ଯେ ଯଦି ସୁଶୀଲ ବିଶିଙ୍କ ବଦଳି ସ୍ଥଗିତ ନ ହୁଏ ତେବେ ସେମାନେ ଆହୁରି ବଡ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments