ଭୁବନେଶ୍ୱର, (୦୮/୦୬) : ଆପ୍ର : ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା । ଧୋକା ଦେଇ ଦେଲା ପୁରୁଷ ବନ୍ଧୁ । ସମୟ ବିତାଇବା ଆଳରେ କଲା ଦୁଷ୍କର୍ମ ।
ଧଉଳି ଥାନାରେ ଏ ନେଇ ଜଣେ ଯୁବତୀ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଛି । ଗତକାଲି ରବିବାର ହୋଇଥିବାରୁ ଜଣେ ଯୁବତୀଙ୍କୁ ପୁରୁଷ ବନ୍ଧୁ ବୁଲିବାକୁ ଡାକିଥିଲେ । ଏହା ପରେ ଗୋଟିଏ ହୋଟେଲ୍ ରୁମକୁ ନେଇକି ଯାଇଥିଲେ । ସେଠାରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ମାତ୍ର ଯୁବତୀ ଜଣକ ରାଜି ନ ହେବାରୁ ଜୋର ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏ ନେଇ ଯୁବତୀ ଜଣକ ଧଉଳି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ ଯୁବତୀଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି । ଅଧିକ ଯାଞ୍ଚ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

