ସୋରଡା, (୧୩/୦୯) : ଆପ୍ର : ପାର୍ବଣ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଫୁଟିଲା ଗୁଳି, ଜଣେ ଆହତ । କିଛି ମାସର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଉଠିଛି ଗଞ୍ଜାମ ଜିଲ୍ଲା ।
ବଡ଼ ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗାଁ’ରେ ଗୁଳିକାଣ୍ଡ । ଗାଁ’ର ୩୦ ବର୍ଷୀୟ ଜୟସେନ ପ୍ରଧାନଙ୍କୁ ଯୋଡ଼ା ବନ୍ଦ ଛକ ଠାରେ ଗୋଟିଏ ବାଇକରେ୩ ଜଣ ଯୁବକ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ତାଙ୍କ ପେଟ ଓ ପିଠି ରେ ଦୁଇଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ୟଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଜୟସେନ କେରଳରେ ରହୁଥିବା ବେଳେ ଦୁଇ ମାସ ତଳେ ଗାଁକୁ ଆସିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ଆସ୍କା SDPO ସୌରଭ ପ୍ରଧାନ କହିଛନ୍ତି । ଘଟଣା ପରେ ବଡ଼ଗଡ଼ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଗୁଳିମାଡ଼ କରିଥିବା ଯୁବକମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ପାର୍ବଣ ସମୟରେ ଏଭଳି ଗୁଳିକାଣ୍ଡ ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି ।

