ସୁବର୍ଣ୍ଣପୁର ,(୨୭/୦୭):ଆପ୍ର: ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ବିନିକା ବ୍ଳକ ଅନ୍ତର୍ଗତ ବାବୁପାଲି ପଞ୍ଚାୟତ ସଦର ବାବୁପାଲି ଗ୍ରାମର ଧରମ ସିଂ ବଡପଣ୍ଡାଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି।
ସ୍ଵର୍ଗତ ବଡପଣ୍ଡା ପୂର୍ବରୁ ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ସଭାପତି, ବାଙ୍କିଘିର୍ଡି ପ୍ରାଥମିକ ସେବା ସମବାୟ ସମିତି ସଭାପତି ତଥା ଜିଲ୍ଲା କଂଗ୍ରେସ କିଷାନ ସେଲ ସଭାପତି ଭାବେ ଅବସ୍ଥାପିତ ରହି ଜିଲ୍ଲା ତଥା ବିନିକା ବ୍ଳକର ଅନେକ ଉନ୍ନତି ମୂଳକ କାମ କରି ଚାଷୀ ମୁଲିଆ ଓ ସାଧାରଣ ଲୋକଙ୍କ ପ୍ରିୟଭାଜନ ହୋଇଥିଲେ। ତାଙ୍କ ବିୟୋଗରେ ଏହି ଜିଲ୍ଲା କଂଗ୍ରେସ ର ଏକ ଅପୁରଣିୟ କ୍ଷତି ହେବା ସହ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ର ଗଭୀର ଶୋକବ୍ୟକ୍ତ ପ୍ରକାଶ କରିଛନ୍ତି। ଆଜି ସୁଦୁର ବେଙ୍ଗଲୋର ରେ ତାଙ୍କ ପରଲୋକ ହୋଇ ଯାଇଥିବା ବେଳେ ତାଙ୍କ ପୁଅ ବିଦ୍ବାନ ବଡପଣ୍ଡା ମୁଖାଗ୍ନି ଦେଇଥିଲେ।

