ବାଲିଯାତ୍ରା ପଡ଼ିଆରେ ଅଭାବନୀୟ ଘଟଣା, ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

Date:

Share post:

କଟକ, (୩୧/୦୫) : ଆପ୍ର : କଟକର ତଳ ବାଲିଯାତ୍ରା ପଡ଼ିଆରେ ଅଭାବନୀୟ ଘଟଣା । ଜଣେ ଯୁବତୀଙ୍କୁ କିଛି ଅଜଣା ଦୁର୍ବୃତ୍ତ ଅସଦାଚରଣ ଉଦ୍ୟମ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି ।

ଜଣେ ଯୁବତୀ ତାଙ୍କ ସମ୍ପର୍କୀୟ ବନ୍ଧୁଙ୍କ ସହ ଏକ ଦୁଇଚକିଆ ଯାନରେ ତଳ ବାଲିଯାତ୍ରା ପଡ଼ିଆରେ ବୁଲୁଥିଲେ । ଏହି ସମୟରେ କିଛି ଯୁବକ ସେମାନଙ୍କୁ ପିଛା କରିବା ସହ ଗାଡ଼ିକୁ ଅଟକାଇଥିଲେ । ଦୁର୍ବୃତ୍ତମାନେ ଅଟକ ରଖି ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିବା ସହ ଯୁବତୀଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ଦୁର୍ବୃତ୍ତମାନଙ୍କ କବଳରୁ ରକ୍ଷା ପାଇବା ପାଇଁ କୌଣସି ଉପାୟ ନପାଇ ନିଜର ଗାଡ଼ିକୁ ପଡ଼ିଆରେ ଫୋପାଡ଼ି ଦେଇଥିଲେ । ଜୀବନ ବଞ୍ଚାଇବା ପାଇଁ ଉଭୟ ସେଠାରୁ ଦୌଡ଼ିବା ଆରମ୍ଭ କରିଥିଲେ ।

ଅନ୍ଧାର ରାତିରେ କଣ୍ଟାବାଡ଼ ଏବଂ ବାଲି ଭିତରେ ଦୀର୍ଘ ବାଟ ଦୌଡ଼ି ଦୌଡ଼ି ସେମାନେ କଟକ ଡିସିପି ଅଫିସରେ ପହଞ୍ଚିଥିଲେ । ଡିସିପି ଅଫିସରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଜରୁରୀକାଳୀନ ନମ୍ବର 112 କୁ ଫୋନ କରାଯାଇଥିଲା । ଖବର ପାଇ ତୁରନ୍ତ ଏକ ପିସିଆର ଭ୍ୟାନ ସେଠାରେ ପହଞ୍ଚିଥିଲା । ପୋଲିସ ସମ୍ପୃକ୍ତ ଯୁବକ, ଯୁବତୀ ଏବଂ ତାଙ୍କ ପରିବାର ଲୋକଙ୍କୁ ନେଇ ମଙ୍ଗଳାବାଗ ଥାନାକୁ ଆଣିଥିଲା । ମଙ୍ଗଳାବାଗ ଥାନା ପୋଲିସ ଏତଲା ପାଇ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ବାଲିଯାତ୍ରା ପଡ଼ିଆ ଏବଂ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ପୋଲିସ ବର୍ତ୍ତମାନ ଯାଞ୍ଚ କରୁଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

୧୬୦ ଫୁଟ ତଳକୁ ଖସିଲା କାର, ୨ ଗୁରୁତର

ନୟାଗଡ଼, (୩୧/୦୫) : ଆପ୍ର : ୧୬୦ ଫୁଟ ତଳକୁ ଖସିଲା କାର । ଦୁର୍ଘଟଣାରେ ୨ ଗୁରୁତର ଓ ଜଣେ ଆହତ । ନୟାଗଡ଼...

ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ, ଦାବି ପୂରଣ ନ ହେଲେ ଧର୍ମଘଟ

ଭୁବନେଶ୍ୱର, (୩୧/୦୫) : ଆପ୍ର : ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବସ ଭଡା...

କଇଁଛ ବିକ୍ରି କରୁଥିବା ସମୟରେ ବନ ବିଭାଗର ଚଢ଼ାଉ, ୨୨ଟି କଇଁଛ ଜବତ

ନବରଙ୍ଗପୁର // ଉମରକୋଟ, (୩୧/୦୫) : ଆପ୍ର : କଇଁଛ ବିକ୍ରି କରୁଥିବା ସମୟରେ ବନ ବିଭାଗର ଚଢ଼ାଉ । ୨୨ଟି କଇଁଛ ଜବତ...

ବଜ୍ରାଘାତରେ ଜଳିଗଲା ତିନି ବଖରା ଘର

ଭଦ୍ରକ, (୩୧/୦୫) : ଆପ୍ର : କାଳ ବୈଶାଖୀ ପ୍ରଭାବ ଯୋଗୁ ବଜ୍ରାଘାତରେ ଜଳିଗଲା ତିନି ବଖରା ଘର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ...