ସୁବର୍ଣ୍ଣପୁର, (୦୨/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚୁଲିମାଲ ଗାଁ’ର ଗାଈ ଫାର୍ମରେ ବିଦ୍ୟୁତ୍ ତାର ରେ ଲାଗି ଜଣେ ଶ୍ରମିକ ର ମୃତ୍ୟୁ ହୋଇଛି ।
ମୃତ ଶ୍ରମିକ ଜଣଙ୍କ ର ନାମ ବୀରେନ୍ଦ୍ର ପାତ୍ର ୬୫ (କୁନ୍ଦା) ସୂଚନା ଅନୁସାରେ ବୀରେନ୍ଦ୍ର ଦୀର୍ଘଦିନ ଧରି ମାଲିକ ଦାନର୍ଦନ ହୋତା ଙ୍କ ଗାଈ ଫାର୍ମ ରେ କାମ କରି ଆସୁଥିଲେ । ବୀରେନ୍ଦ୍ର ଗାଇ ଫାର୍ମ ପଡିଆରେ ଘାସ କାଟୁଥିଲା ବେଳେ ଫାର୍ମ ରୁ କୂଅକୁ ଲାଗିଥିବା ପାଣି ମଟର କୁ ତଲେ ବିଛାଇ ଯାଇଥିବା ଇଲେକ୍ଟ୍ରି ତାରରେ ଲାଗି ଯିବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ବୀରେନ୍ଦ୍ର ଘରକୁ ଫେରିବା ରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜା ଖୋଜି କରିବା ବେଳେ ଦିନ ପ୍ରାୟ ଗୋଟାଏ ରେ ବୀରେନ୍ଦ୍ର ମୃତ ଅବସ୍ଥାରେ ପଡ଼ିଥିବା ଦେଖି ବିନିକା ପୁଲିସ କୁ ଖବର ଦେଇଥିଲେ l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର କୁ ଜବତ କରି ବିନିକା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ହେଲେ ଡାକ୍ତର ଦେଖି ବୀରେନ୍ଦ୍ର କୁ ମୃତ ଘୋଷଣା କରିଥିଲେ । ରାତି ହୋଇଯିବାରୁ ଶବ ବ୍ୟବଛେଦ ହୋଇ ନ ପାରିବାରୁ ଶବ ସଂରକ୍ଷଣ ଗୃହ ରେ ରଖାଯାଇଛି । ପୁଲିସ ଥାନାରେ କେସ ନମ୍ବର ୨୦/୨୬ ଅନୁସାରେ ଅପମୃତ୍ୟୁ ରୁଜୁ କରି ତଦନ୍ତ ଜାରି ଥିବା ଏଏସଆଇ ତ୍ରିନାଥ ସାହୁ ପ୍ରକାଶ କରିଛନ୍ତି ।

