Homeaccidentଘର ଉପରକୁ ମାଡ଼ିଗଲା ଟ୍ରକ, ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ

ଘର ଉପରକୁ ମାଡ଼ିଗଲା ଟ୍ରକ, ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ

ପଦ୍ମପୁର, (୩୦/୦୮) : ଆପ୍ର : ଘର ଉପରକୁ ମାଡ଼ିଗଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ । ବରଗଡ଼ ଜିଲ୍ଲା ପଦ୍ମପୁର ସହରର ରଜାପଡ଼ା ଅଞ୍ଚଳରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା ।

ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ରଜାପଡ଼ାର ନରହରି ବଗର୍ତ୍ତୀଙ୍କ ଘରକୁ ଏକ ମାଲ ବୋଝେଇ ଟ୍ରକ୍ ଧକ୍କା ଦେଇ ଘର ଭିତରକୁ ମାଡ଼ିଯାଇଥିଲା । ନରହରି ବଗର୍ତ୍ତୀଙ୍କ ଅଭିଯୋଗ ଅନୁଯାୟୀ ଡ୍ରାଇଭର ବେପରୁଆ ଭାବେ ଗାଡ଼ି ଚାଳନା କରୁଥିଲେ । ଟ୍ରକ ଧକ୍କାରେ ଘରର ବିଭିନ୍ନ ଅଂଶ କ୍ଷତିଗ୍ରସ୍ତ ହେବା ସହ ଅନେକ ମୂଲ୍ୟବାନ ଆସବାବପତ୍ର ନଷ୍ଟ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । କିନ୍ତୁ ସୌଭାଗ୍ୟବଶତଃ ଏକ ବଡ଼ ଅଘଟଣ ଟଳିଯାଇଛି । ଅନ୍ୟପଟେ ଘଟଣା ପରେ ପଦ୍ମପୁର ପୋଲିସ ଟ୍ରକ୍ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏଥିସହ ଦୁର୍ଘଟଣାର କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments