Homelocalମୁରିବାହାଲରେ ଭବ୍ୟ ଭାବେ ପାଳିତ ହେଲା ଜାତୀୟ ପ୍ରେସ୍ ଦିବସ

ମୁରିବାହାଲରେ ଭବ୍ୟ ଭାବେ ପାଳିତ ହେଲା ଜାତୀୟ ପ୍ରେସ୍ ଦିବସ

ମୁରିବାହାଲ, (୧୬/୧୧) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ତୃତୀୟ ବର୍ଷ ଜାତୀୟ ପ୍ରେସ୍ ଦିବସ ପାଳନ ଉତ୍ସବ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିର ସମ୍ମୁଖ ପଡ଼ିଆରେ ସୋମବାର ଏକ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 11 17 at 08.28.47

ଆସୋସିଏସନ ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗଣତନ୍ତ୍ରରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୁକ୍ତ-୨ କଲେଜ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ମହାନନ୍ଦ ଯୋଗଦେଇ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ଗ୍ରାଉଣ୍ଡ ଜିରୋକୁ ଯାଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିବାରୁ ସେମାନଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ ବୋଲି କହିଥିଲେ ।

ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ସାଂସଦ ପ୍ରତିନିଧି ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଯୁକ୍ତ-୩ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଆଇଆଇସି ବୁଲୁ ମୁଣ୍ଡା, ଆସୋସିଏସନ ଉପଦେଷ୍ଟା ଭଗବାନ ମହାନ୍ତି, ଏଇ ଅଭିନାଶ ମୁଦି, ସଦର ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଶାନ୍ତ କୁଁଅର, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା,ମହିଳା ସଭାନେତ୍ରୀ ସାବିତ୍ରୀ ମହାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ ।WhatsApp Image 2026 11 17 at 08.28.47 1

ଏହି ଅବସରରେ ବ୍ଲକ ଅଞ୍ଚଳର ବିଭିନ୍ନ କ୍ଷେତ୍ରର ୮ ଜଣ ବିଶିଷ୍ଟ ପ୍ରତିଭାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସମ୍ମାନିତମାନେ ହେଲେ – ସମାଜ ପ୍ରତିନିଧି ଜୀବାନନ୍ଦ ମହାନ୍ତି, ଏମବିବିଏସ ଛାତ୍ର ଆକାଶ ପୁଟେଲ, ଛାତ୍ରୀ ରାଜ୍ୟଶ୍ରୀ କୁଁଅର ଓ ତପସ୍ୱିନୀ ବାଗ, ଦଣ୍ଡକଳାକାର ଉତ୍କଣ୍ଠ ମହାନନ୍ଦ, ବରିଷ୍ଠ ସଂକୀର୍ତ୍ତନ ଗୁରୁ ମାରକଣ୍ଡ ମହାକୁର, ଜାତୀୟ ଥାନକଟା ଖେଳାଳି ଯୁବରାଜ ଜାଲ ଏବଂ ସାରଙ୍ଗୀ କଳାକାର କାନ୍ଦରୁ ଦେବଗୁରୁ ।

ଏହି ଅବସରରେ ମୁରିବାହାଲ ୟୁପି ସ୍କୁଲ, କେଜିବିଭି, ହାଇସ୍କୁଲ, ଓଏଭି, ଯୁକ୍ତ-୩ ଓ ଯୁକ୍ତ-୨ କଲେଜର ଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବାଗ ପୂର୍ବରୁ ନିର୍ମାଣାଧୀନ ସାମ୍ବାଦିକ ଭବନ ପରିଦର୍ଶନ କରି ଭବନ ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ସାଂସଦ ପ୍ରତିନିଧି ଶ୍ରୀ ବେହେରା ମଧ୍ୟ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ ।

କାର୍ଯ୍ୟକ୍ରମରେ ବ୍ଲକର ସରପଞ୍ଚ, ବିକାଶ ମଞ୍ଚ, ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ବହୁ ଅନୁଷ୍ଠାନ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ଉପସଭାପତି ପ୍ରେମାନନ୍ଦ ତାଣ୍ଡି, ଗିରିଧାରୀ ସାହୁ, ସୁବାସ ମାଝୀ, ମଦନ ମୋହନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ ଅତିଥି ପରିଚୟ କରିଥିବା ବେଳେ କୋଷାଧ୍ୟକ୍ଷ ନବୀନ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments