ସୁବର୍ଣ୍ଣପୁର, (୦୪/୦୯) : ଆପ୍ର : ଚଳନ୍ତା କାରରେ ହୃଦଘାତରେ ଚାଲିଗଲା ଚାଳକଙ୍କ ଜୀବନ ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନସ୍ଥ ଗନିଆଁ ଫାଣ୍ଡି ଅନ୍ତର୍ଗତ ଗନିଆ ଛକ ନିକଟରେ ଜିଲ୍ଲାର ଲଛିପୁର ଥାନା କୁଦୋପାଲି ଗାଁ’ର ମକାରୁ ବାଗ (୪୧) ନିଜ ଓଡି ୨୭ ଏ ୦୧୬୬ ସ୍ୱିପଟ ଡିଜାର୍ଡ କାରରେ ବରପାଲିରୁ କାମ ସାରି ଘରକୁ ଫେରୁଥିବା ସମୟରେ ଗନିଆଁ ଗାଁ ଛକ ନିକଟରେ କାର ଚଳାଉଥିବା ବେଳେ ଅସୁସ୍ଥତା ଅନୁଭବ କଲେ ତେଣୁ କାର ଟିକୁ ରାସ୍ତା କଡରେ ଅଟକାଇ ଦେଇ ଷ୍ଟାଟ ବନ୍ଦ କରି ବିଶ୍ରାମ ନେଉଥିଲେ । ହଠାତ ହୃଦଘାତ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ରାସ୍ତା ଉପରେ କାର ଛିଡାକରି କାର ଭିତରେ ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରହିଥିଲେ । କାର ଟି ଛିଡା ହୋଇଥିଲା କିନ୍ତୁ କାରର ୱାଇଫର ଚାଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ଘଟଣା ସ୍ଥଳକୁ ପୋଲିସ ପହଂଚି କାର ଭିତରୁ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଣାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ମକରୁ ଙ୍କ ଭାଇ ରମେଶ୍ଵର ବାଗ ବିନିକା ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏତଲାକୁ ଆଧାର ଆଧାର କରି ବିନିକା ଥାନାରେ ୨୧/୨୬ ଅପମୃତ୍ୟୁ ମାମଲା ରୁଜୁ ହୋଇ ପୋଲିସ ଅଧିକ ତଦନ୍ତ ଚଳାଇଛନ୍ତି ବୋଲି ବିନିକା ଥାନା ଏଏସଆଇ ଶଶୀ ରେଖା ଲୁହା ସୂଚନା ଦେଇଛନ୍ତି ।

