ନୂଆପଡ଼ା, (୦୨/୦୯) : ଆପ୍ର : ଘରେ ୮ଫୁଟ ଲମ୍ବର ଅଜଗର। ନୂଆପଡ଼ା ଜିଲ୍ଲା କୋମନା ଗଉଡପଡାର ତୁଳ ଚନ୍ଦ୍ର ସାହୁଙ୍କ ଘରୁ ଉଦ୍ଧାର ହୋଇଛି ବିରାଟ ଅଜଗର ସାପ ।
ଯାହାର ଓଜନ ରହିଛି ୧୫ କେଜି । ଗତକାଲି ରାତିରେ ଅଜଗରଟି ଘର ଭିତରେ ପଶିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ଏନେଇ କୋମନା ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗର ଏକ ସ୍ବତନ୍ତ୍ର ଟିମ୍ ପହଞ୍ଚି ଅଜଗର ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସାପଟିକୁ ନିକଟସ୍ଥ ତାଣ୍ଡେଲ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

