Homelocalଗାଇ ପାଇଁ ଲଗାଇଥିଲେ କରେଣ୍ଟ, ଚାଲିଗଲା ୨ ଜୀବନ

ଗାଇ ପାଇଁ ଲଗାଇଥିଲେ କରେଣ୍ଟ, ଚାଲିଗଲା ୨ ଜୀବନ

ସୋର, (୧୮/୦୭) : ଆପ୍ର : ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ମହିଷାପଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଗାଇଙ୍କ ପାଇଁ ଲଗାଇଥିଲେ କରେଣ୍ଟ, ନିଜର ଚାଲିଗଲା ଜୀବନ ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ମହିଷାପଣ୍ଡା ଗାଁରେ ଅଘଟଣ । ଚାଷଜମିରେ ତଳିକୁ ସୁରକ୍ଷା ଦେବା ପାଇଁ ବିଲ ଚାରିପଟେ ତାରବାଡ ଲଗାଇ ସେଥିରେ ବିଦ୍ୟୁତ ସଂଯୋଗ କରିଥିଲେ । ଅଜାଣତରେ ତାର ନଖୋଲି ବିଲକୁ ଯାଇଥିବା ବେଳେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଉଭୟଙ୍କୁ ଉଦ୍ଧା କରି ସ୍ଥାନୀୟ ଲୋକ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ସେହି ଗାଁର ବାବୁଲି ଦାସ ଓ ପାର୍ବତୀ ମୁଣ୍ଡା ।

ସୂଚନା ଅନୁସାରେ, ଚାଷ ଜମିରେ ତଳିକୁ ସୁରକ୍ଷା ଦେବା ପାଇଁ ଜମି ଚାରିପଟେ ତାରବାଡ ଲଗାଯାଇଥିଲା । ଏହି ତାରବାଡରେ ବିଦ୍ୟୁତ ସଂଯୋଗ କରାଯାଇଥିଲା, ଯାହାଦ୍ୱାରା ଗାଇ ଓ ଅନ୍ୟ ପଶୁ ଜମି ଭିତରକୁ ପଶିପାରିବେ ନାହିଁ । ହେଲେ ଭୁଲବଶତଃ ତାରରେ ଥିବା ବିଦ୍ୟୁତ ସଂଯୋଗ ଖୋଲାଯାଇନଥିଲା । ଜମିକୁ ଯାଇଥିବା ସମୟରେ ଦୁଇ ଜଣ ବ୍ୟକ୍ତି ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ସେମାନେ ଗୁରୁତର ହୋଇପଡ଼ିଥିଲେ ।

ଘଟଣା ଦେଖି ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇ ଜଣ ହେଲେ ମହିଷାପଣ୍ଡା ଗାଁର ବାବୁଲି ଦାସ ଓ ପାର୍ବତୀ ମୁଣ୍ଡା । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଘଟଣା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ କରୁଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments