କେ ଏନ ପୁର ପଞ୍ଚାୟତ ର ଖାଜିପଲି ଗ୍ରାମବାସୀ ବର୍ଷା ଦିନ ପୂର୍ବରୁ ସଫା କରିଲେ ଗାଁ ରାସ୍ତା ଓ ପ୍ରତି ଘରକୁ ବାଣ୍ଟିଲେ ଡଷ୍ଟବିନ

Date:

Share post:

ପୁରୁଷୋତ୍ତମପୁର, (12/06) : ଆପ୍ର : ବର୍ଷା ଦିନ ପୂର୍ବରୁ ଗାଁ’ର ପରିମଳ କୁ ସ୍ୱଚ୍ଛ ରଖିବା ପାଇଁ ସରପଞ୍ଚ ରାଜଲକ୍ଷ୍ମୀ ବେହେରା ଓ ସମିତି ସଭ୍ୟା ଶାରଳା ବେହେରା ଙ୍କ ସଂଯୋଜନା ରେ ଗାଁର ୱାର୍ଡ ମେମ୍ବର ଝଡିଆ ବେହେରା, ପିଇଓ ଚନ୍ଦ୍ର ଶେଖର ଖିଲ, ଅଧିକାଂଶ ୱାର୍ଡମେମ୍ବର ଏମ୍ବିକେ, ସିଆରପି ଅଙ୍ଗନୱାଡି କର୍ମୀ, ଗାଁର ଯୁବଗୋଷ୍ଟି ମହିଳା ଗୋଷ୍ଟି ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ରେ ଆମ ଗାଁ ସ୍ୱଚ୍ଛ ଗଞ୍ଜାମର ନାରା ଦେଈ ସାମିଲ ହୋଈ କେ ଏନ ପୁର ପଞ୍ଚାୟତ ର ଖାଜିପଲି, ବାଲିଆ ଗାଁକୁ ସଫା ସୁତୁରା କରିଥିଲେ ।

ଖାଲ ଖମା ରାସ୍ତା ଗୁଫିକ ରେ ମାଟି ପକେଇ ସମତୁଲ କରିବା ସହ ନାଳ ନର୍ଦ୍ଦମା ଗୁଡିକୁ ଭଲଭାବେ ସଫା କରିଥିଲେ । କାରଣ ବର୍ଷା ହେଲେ ଖାଲ, ଖମା ରେ ପାଣି ଜମି ମଶା ମାଛିଙ୍କ ଦୂଷିତ ଜୀବାଣୁ ମଣିଷ ଦେହରେ ପଶି ବିଭିନ୍ନ ରୋଗ ସୃଷ୍ଟି କରେ ତେଣୁ ବର୍ଷା ପୂର୍ବରୁ ଏହାକୁ ସଫା ସୁତୁରା କରିଥିଲେ । ଖାଲି ସେତିକି ନୁହଁ ପଞ୍ଚାୟତ ତରଫରୁ ଘରେ ଅଳିଆ ଆବର୍ଜନା କୁ ରଖି ପରେ ବାହାରେ ପକେଇବା ପାଇଁ ଡଷ୍ଟବିନ ପ୍ରତେକ ଘରକୁ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ବ୍ଳକର ଗ୍ରାମ୍ୟ ଜଳ ଯୋଗାଣ ଓପରିମଳ ଯନ୍ତ୍ରୀ ନର୍ମଦାପାତ୍ର, ଓତାଙ୍କ ସହଯୋଗୀ ଶିଶିର ରାଉଳ, ୱାର୍ଡ ସଭ୍ୟ ଭାଗିରଥି ଗୌଡ଼, ଦୁଃଖିଶ୍ୟାମ ମୁଦୁଲି, ମାମୀ ବେ୍ହେରା, ସୁମିତ୍ରାନାୟକ ସତ୍ୟ ବେହେରା, ସ୍ୱାସ୍ଥ୍ୟ କର୍ମଚାରୀ, ଆଶା, କର୍ମୀ ଙ୍କ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ରେ ଗାଁ’ର ସବୁ ଆବର୍ଜନା ପଡ଼ିଥିବା, ନାଳ, ନର୍ଦମା, କୋଠଘର, ରାସ୍ତା ସଫା କରାଯାଇଥିଲା । ଏହି କାର୍ଯ୍ୟକୁ ଗ୍ରାମବାସୀ ତଥା ସମାଜ ସେଵୀ ଏନ ରାମଚନ୍ଦ୍ର ରେଡ଼ୀ ସମୁର୍ଣ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବାଇକକୁ ପିଟିଲା କାର : ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି, (12/06) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ...

ସ୍କୁଟିରେ  ଘରକୁ ଫେରୁଥିବା ବେଳେ ଅଘଟଣ, ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ

କେନ୍ଦ୍ରାପଡା, (12/06) : ଆପ୍ର : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର୍ ଥାନା ଅନ୍ତର୍ଗତ ବାହାକଣ୍ଡିଆ...

କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର, (12/06) : ଆପ୍ର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ରୁ ୩...

ଋଣ ଯୋଗାଇଦେବା ନାଁରେ ଠକେଇ, ୧୩୭ଟି ବାଇକ୍ ଓ ୧୨୮ଟି ମୋବାଇଲ୍ ଫୋନ୍ ଜବତ

ଗଜପତି, (12/06) : ଆପ୍ର : ଋଣ ଯୋଗାଇ ଦେବା ନାଁରେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଗଜପତି...