ଭଞ୍ଜନଗର, (୦୪/୧୧) : ଆପ୍ର : ଗାଁ ଭିତରେ ପଶିଲା ବନ୍ୟା ପାଣି । ଧୋଇ ନେଇଗଲା ୨୦ ଘର । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡିପାବାଲି ଭୂସ୍ଖଳନ ଘଟଣା ପରେ, ଆଉ ଏକ ଭୟଙ୍କର ଘଟଣା ନଜରକୁ ଆସିଛି ।
କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ ଗାଁ’ର ପଞ୍ଚାୟତ ଘରକୁ ନଦୀ ଭସାଇ ନେଇଛି ଡହ ନଦୀ । ଏହା ସହ ଗୋଟିଏ ସାହିର ପ୍ରାୟ ୨୦ ଟି ଘରର ପଛ ଭାଗ ଧୋଇ ହୋଇଯାଇଛି । ବାତ୍ୟା ଅର୍ଣ୍ଣବ ପରେ ଗାଁ କୁ ଲାଗି ରହିଥିବା ଡହ ନଦୀରେ ବନ୍ୟାଜଳ ଆସିଥିଲା । ଯାହା ଫଳରେ ଉପର ମୁଣ୍ଡରେ ରହିଥିବା ସ୍ଥାୟୀ ସେତୁଟି ଭାଙ୍ଗି ଗାଁ ଭିତରକୁ ନଦୀ ମାଡ଼ି ଯାଇଥିଲା । ବର୍ତ୍ତମାନ ଗ୍ରାମବାସୀଙ୍କ ସମେତ କ୍ଷତିଗ୍ରସ୍ତ ପରିବାରର ଭୟଭୀତ ଅବସ୍ଥାରେ ରହିଛନ୍ତି ।

