Homelocalଡବଲ ଇଞ୍ଜିନ ସରକାରରେ ମନ୍ତ୍ରୀଙ୍କ କ୍ଷୋଭ, ଏଫସିଆଇ ଉଠାଉନି ଚାଉଳ

ଡବଲ ଇଞ୍ଜିନ ସରକାରରେ ମନ୍ତ୍ରୀଙ୍କ କ୍ଷୋଭ, ଏଫସିଆଇ ଉଠାଉନି ଚାଉଳ

ଭୁବନେଶ୍ୱର, (୦୪/୦୯) : ଆପ୍ର : ଏଫସିଆଇ ଚାଉଳ ଉଠାଉନଥିବାରୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ୪୭ ତମ ବାର୍ଷିକ ଉତ୍ସବରେ ଭାରତୀୟ ଖାଦ୍ୟ ନିଗମ ମହାପ୍ରବନ୍ଧକଙ୍କ ଆଗରେ କ୍ଷୋଭ ବ୍ୟକ୍ତ କରିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

କହିଥିଲେ ନିର୍ଦ୍ଦିଷ୍ଟ ପରିମାଣର ଚାଉଳ ଉଠାଇବାକୁ ଏଫସିଆଇ ଟାର୍ଗେଟ ଦେଇଥିଲା । କିନ୍ତୁ ଏଯାଏ ଆମ ଚାଉଳ ଉଠିନାହିଁ । ବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଏବାବଦରେ ଆଲୋଚନା ମଧ୍ୟ କରିଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟର ଉତ୍ପାଦନ ବଢିଵ । କିନ୍ତୁ ଚାଉଳ ଠିକ୍ ସମୟରେ ଉଠୁନଥିବାରୁ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ଅନ୍ୟ ରାଜ୍ୟ ପାଇଁ ଏଫସିଆଇର ଦରଦ, କିନ୍ତୁ ଓଡ଼ିଶା ପାଇଁ ଏଭଳି ମନୋଭାବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । FCI ଚାଉଳ ନ ଉଠାଇ ପାରିଲେ ପୁଣି ଆଉଥରେ ଧାନ କିଣିବା କଷ୍ଟକର ହୋଇପଡିବ । ଏଥିରେ ଆମ ହାତ ବାନ୍ଧି ହୋଇଯାଉଛି । ଏନେଇ ଏଫସିଆଇର ଜିଏମଙ୍କ ଆଗରେ ରାଜ୍ୟର ଚାଉଳକୁ ଜଲଦି ଉଠାଇବାକୁ କହିଥିଲେ ଯୋଗାଣ ମନ୍ତ୍ରୀ । ଚାଉଳ ଉଠାଉନଥିବା ନେଇ ଆମେ ଚିନ୍ତାରେ ପଡିଛୁ। ରାଜ୍ୟର ୨୦ ଜଣ ଏମପି ଦିଲ୍ଲୀରେ ପ୍ରତିନିଧିତ୍ବ କରୁଛନ୍ତି। ଓଡ଼ିଶାର ଅଧିକାର ଅଛି, ଏହି ପ୍ରସଙ୍ଗକୁ କେନ୍ଦ୍ରରେ ଉଠାଇବ ବୋଲି କହିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ଆସନ୍ତୁ ଶୁଣିବା ଗତକାଲି କଣ କହିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments