ନୂଆପଡ଼ା, (୧୨/୧୦) : ଆପ୍ର : କୂଅର ପଡ଼ିଗଲା ଭାଲୁ । ଜେସିବି ସାହାଯ୍ୟରେ ଉଦ୍ଧାର କଲେ ବନ ବିଭାଗ ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଖଳିଆମୁଣ୍ଡା ଗାଁ ନିକଟ ଏକ କୂଅରେ ଖାଦ୍ୟ ଅନ୍ବେଷଣରେ ଆସି ଭାଲୁଟି ପଡ଼ିଯାଇଥିଲା । ଗାଁ’ର ନୀଳକଣ୍ଠ ନିଆଲଙ୍କ ଚାଷ ଜମିରେ ଥିବା କୂଅରେ ଭାଲୁଟି ପଡ଼ିଯାଇଥିଲା । ଭାଲୁକୁ ଦେଖି ସ୍ଥାନୀୟ ଲୋକେ ଖଡ଼ିଆଳ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ୱାରା କୂଅରୁ ସୁରକ୍ଷିତ ଭାବେ ଭାଲୁକୁ ଉଦ୍ଧାର କରିଥିଲେ । ପରେ ନିକଟସ୍ଥ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ ।

