Homelocalବୌଦ୍ଧରେ କୁମ୍ଭୀର ଆତଙ୍କ, ମର୍ଜାକୁଦ ବ୍ରିଜ୍ ନିକଟରେ ୬ ଫୁଟର ଏକ ଘଡ଼ିଆଳ କୁମ୍ଭୀର

ବୌଦ୍ଧରେ କୁମ୍ଭୀର ଆତଙ୍କ, ମର୍ଜାକୁଦ ବ୍ରିଜ୍ ନିକଟରେ ୬ ଫୁଟର ଏକ ଘଡ଼ିଆଳ କୁମ୍ଭୀର

ବୌଦ୍ଧ, (୦୪/୦୯) : ଆପ୍ର : ବୌଦ୍ଧ ମହାନଦୀରେ କୁମ୍ଭୀର ଆତଙ୍କ । ମର୍ଜାକୁଦ ବ୍ରିଜ୍ ନିକଟରେ ପ୍ରାୟ ୬ ଫୁଟର ଏକ ଘରିଆଳ କୁମ୍ଭୀର ଦେଖିବାକୁ ମିଳିଛି ।

ବ୍ରିଜ୍ ଉପରେ ଯାଉଥିବା ଲୋକେ କୁମ୍ଭୀରକୁ ଦେଖି ପରେ ଭୟଭୀତ ହୋଇପଡ଼ିଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି କୁମ୍ଭୀରର ଗତିବିଧି ଉପରେ ନଜର ରଖିଛନ୍ତି । ମହାନଦୀରେ ଦେଖାଗଲା ପ୍ରାୟ ୬ ଫୁଟର ଘରିଆଳ କୁମ୍ଭୀର । ବୌଦ୍ଧ ମର୍ଜାକୁଦ ବ୍ରିଜ୍ ନିକଟରେ ସନ୍ଧ୍ୟା ସମୟରେ ବ୍ରିଜ୍ ଉପରେ ଥିବା ଲୋକଙ୍କ ନଜରରେ ପଡ଼ିଥିଲା ଏହି କୁମ୍ଭୀର । କୁମ୍ଭୀରକୁ ଦେଖିବା ପରେ ଭୟଭୀତ ହୋଇପଡ଼ିଥିଲେ ଲୋକେ । ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

କୁମ୍ଭୀରଟି ଘଡିଆଳ ପ୍ରଜାତିର ହୋଇଥିବାରୁ ସାଧାରଣତଃ ମଣିଷ ପ୍ରତି ଆକ୍ରମଣାତ୍ମକ ନୁହେଁ ବୋଲି ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ତଥାପି ସତର୍କତା ଦୃଷ୍ଟିରୁ କୁମ୍ଭୀରର ଗତିବିଧି ଉପରେ ନଜର ରଖାଯାଇଛି । ମହାନଦୀର ଉପରମୁଣ୍ଡରେ ପାଣି କମିଯିବା କାରଣରୁ କୁମ୍ଭୀରଟି ତଳମୁଣ୍ଡକୁ ଚାଲିଆସିଥିବା ନେଇ ସୂଚନା ମିଳିଛି । ଏପଟେ ମହାନଦୀରେ କୁମ୍ଭୀର ଦେଖିବା ପାଇଁ ମର୍ଜାକୁଦ ବ୍ରିଜ୍ ଉପରେ ଲୋକଙ୍କ ଭିଡ଼ ଜମିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments