Homeaccidentକଣ୍ଟେନରକୁ ପଛପଟୁ ପିଟିଲା ବସ୍, ୧୪ ଗୁରୁତର

କଣ୍ଟେନରକୁ ପଛପଟୁ ପିଟିଲା ବସ୍, ୧୪ ଗୁରୁତର

ଜଳେଶ୍ବର, (୦୫/୧୧) : ଆପ୍ର : ବାଲେଶ୍ବରର ହଳଦୀପଦା ନିକଟରେ ବସ ଦୁର୍ଘଟଣା । ୧୪ ଯାତ୍ରୀ ଗୁରୁତର ।

୧୬ ନଂ ଜାତୀୟ ରାଜପଥର ହଳଦୀପଦା ନିକଟରେ କଣ୍ଟେନରକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୧୪ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହେସାନ ନାମକ ବସଟି ବାଲେଶ୍ବରରୁ ଦୀଘା ଅଭିମୁଖେ ଯାଉଥିଲା । ବସରେ ୫୦ ରୁ ଅଧିକ ଯାତ୍ରୀ ଥିବା ସୂଚନା । ତେବେ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବସ୍‌ଟି କେଉଁ ପରିସ୍ଥିତିରେ କଣ୍ଟେନରକୁ ଧକ୍କା ଦେଲା, ତାହା ଜଣାପଡ଼ିନାହିଁ । ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ । ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ପୁଣିଥରେ ସଡ଼କ ସୁରକ୍ଷା ଓ ଯାତ୍ରୀଙ୍କ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments