Homebreaking newsଏକ କ୍ଵିଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଅଟକ

ଏକ କ୍ଵିଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଅଟକ

ପୁରୀ, (୦୪/୦୯) : ଆପ୍ର : ପୁଳା ପୁଳା ଗଞ୍ଜେଇ ଜବତ । ରେଡ୍ ବେଳେ ୭ଟି ବୋରିରେ ୧୭୬ ଗଞ୍ଜେଇ ପ୍ୟାକେଟରେ ପ୍ରାୟ ଏକ କ୍ଵିଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ ।

ପୁରୀ ଟିକରପଡାର କାର୍ତ୍ତିକ ସାମନ୍ତରାୟ ଓ ତାଙ୍କ ସହଯୋଗୀ ଭାବରେ କାମ କରୁଥିବା ପୁରୀ ସିଦ୍ଧା ମହାବୀରର ଦେବେନ୍ଦ୍ର କୁମାର ସାହୁଙ୍କୁ ବେଆଇନ ଗଞ୍ଜେଇ ରଖିବା ଅଭିଯୋଗରେ ବାନ୍ଧିଲା ପୋଲିସ୍ । ନିଶା ମାଫିଆଙ୍କ ବିରୋଧରେ ପୁରୀ ପୋଲିସର ଜିରୋ ଟଲେରାନ୍ସ । ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ସାମନ୍ତରାୟର,ପୁରୀ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଭଡ଼ା ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ପରେ ତାର ଟିକରପଡା ସ୍ଥିତ ପୈତୃକ ଘରେ ଚଢ଼ାଉ କରି ବିଡ଼ା ବିଡ଼ା ଟଙ୍କା ଜବତ କରିଛି ପୋଲିସ । ଟଙ୍କାର ଗଣତି ଚାଲିଥିବା ବେଳେ କୋଟିଏ ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି । ସେପଟେ ସୁନା ଗହଣା,ବ୍ୟାଙ୍କ ଆକାଉଣ୍ଟ,ପ୍ୟାନ କାର୍ଡର ଲିଷ୍ଟ କରାଯାଉଛି ।

ଅଭିଯୁକ୍ତର ଆଉ ଗୋଟିଏ ଘରେ ମଧ୍ୟ ଗଞ୍ଜେଇ ଷ୍ଟୋରେଜ ଥିବାର ସୂଚନା ପାଇ ଚଢାଉ ପାଇଁ ପ୍ରସ୍ତୁତ ହୋଇଛି ପୋଲିସ । ଅଭିଯୁକ୍ତ କାର୍ତ୍ତିକ ସାମନ୍ତରାୟକୁ ଅଟକ ରଖି ପଚରା ଉଚୁରା ଜାରି ରଖାଯାଇଛି। ଅଭିଯୁକ୍ତ ପୂର୍ବରୁ କନ୍ଧମାଳ ,କୋରାପୁଟ ରୁ ଗଞ୍ଜେଇ ଆଣି ବେପାର କରୁଥିବାର ଅଭିଯୋଗ ରହିଛି ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments