ଭୁବନେଶ୍ୱର, (୦୨/୦୯) : ଆପ୍ର : ସାମ୍ବାଦିକମାନଙ୍କ ପାଇଁ ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ଯୋଜନାରେ ମିଶିବ ନାହିଁ ।
ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ । ଏନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯେଉଁ ସାମ୍ବାଦିକମାନେ ନୂଆକରି ଏହି ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନେ ନିୟମ ଅନୁଯାୟୀ ଆବେଦନ କରିପାରିବେ । ଏହା ଦ୍ୱାରା ଯୋଗ୍ୟ ସାମ୍ବାଦିକ ମାନେ ପୂର୍ବପରି ଯୋଜନାର ସ୍ୱାସ୍ଥ୍ୟ ବୀମା ସୁବିଧା ପାଇପାରିବେ ।ସରକାରଙ୍କ ଏହି ନିଷ୍ପତ୍ତିକୁ ସାମ୍ବାଦିକ ମହଲରେ ସ୍ୱାଗତ କରାଯାଇଛି ।

