Homeaccidentଆମ୍ବୁଲାନ୍ସକୁ ଧକ୍କା ଦେଇ ଘୋଷାଡ଼ି ନେଲା ଛଅ ଚକିଆ ଗାଡ଼ି, ଡ୍ରାଇଭର ଆହତ

ଆମ୍ବୁଲାନ୍ସକୁ ଧକ୍କା ଦେଇ ଘୋଷାଡ଼ି ନେଲା ଛଅ ଚକିଆ ଗାଡ଼ି, ଡ୍ରାଇଭର ଆହତ

ଭୁବନେଶ୍ୱର, (୧୭/୧୧) : ଆପ୍ର : ଭୁବନେଶ୍ୱର ନାଲୋକ ଛକରେ ଦୁର୍ଘଟଣା। ଆମ୍ବୁଲାନ୍ସକୁ ପିଟିଲା ଛଅ ଚକିଆ ଢଳେଇ ଗାଡି ।

ସିମେଣ୍ଟ ଗୋଡି ବୋଝେଇ ଗାଡି ଧକ୍କାରେ ଆମ୍ବୁଲାନ୍ସ ଡ଼୍ରାଇଭର ଆହାତ । ଘରୋଇ ଆମ୍ବୁଲାନ୍ସ କୁ ୫୦ ମିଟର ଘୋଷଡି ନେଲା ଗାଡି । ଗତ କାଲି ବିଳମ୍ବିତ ରାତିରର ଘଟଛି ଘଟଣା । ନାଲକୋ ଛକରେ ଘଟିଛି ଅଘଟଣ । ଡ୍ରାଇଭର ଆହତ ପରେ ହସ୍ପିଟାଲ ରେ ଭର୍ତି । ମୈତ୍ରୀ ବିହାର ଥାନାରେ ଦୂର୍ଘ ଟଣା ଗ୍ରସ୍ତ ଆମ୍ବୁଲାନ୍ସ ଓ ଦୁର୍ଘଟଣା ଘଟାଇଥିବା ଗାଡି । ପୋଲିସର ତଦନ୍ତ ତନାଘନା । ଦୃଘଟଣା ଘଟାଇ ଥିବା ଗାଡିର ଡ୍ରାଇଭର ଅଟକ ଥିବା ସୂଚନା । ଆମ୍ବୁଲାନ୍ସ ଗାଡିରର କେହି ରୋଗୀ ନଥିବା ପୋଲିସ ସୂଚନା ଦେଇଛି ।

ଅନ୍ୟପଟେ ଦୁର୍ଘଟଣା ସମୟରେ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଫଳରେ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଛି । ତେବେ ରାଜଧାନୀର ବ୍ୟସ୍ତବହୁଳ ନାଲକୋ ଛକରେ ରାତି ଅଧରେ ଏଭଳି ଦୁର୍ଘଟଣାକୁ ନେଇ ଚିନ୍ତା ବଢ଼ିଛି । ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ଗାଡ଼ିର ବେଗ ଅଧିକ ଥିଲା ନା ଅନ୍ୟ କୌଣସି କାରଣରୁ ଏହି ଧକ୍କା ହୋଇଥିଲା, ସେନେଇ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments