Homebreaking newsପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଠାରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମ ଅନୁଷ୍ଠିତ

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଠାରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର,(୦୫/୦୮): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନସ୍ଥ ମେରା ୟୁଭା ଭାରତ (MY Bharat) ପକ୍ଷରୁ ସ୍ଥାନୀୟ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ “ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ” ଶୀର୍ଷକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ମେରା ୟୁଭା ଭାରତର ଜିଲ୍ଲା ଯୁବ ଅଧିକାରୀ ପ୍ରଶନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ନିଶାମୁକ୍ତ ସମାଜ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।968a4e89 95e2 45eb aafd 285f38f97b0c

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦିଗନ୍ତ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ଯୁବମାନଙ୍କୁ ପ୍ରେରିତ କରିଥିଲେ। ଏହାସହ ଏନ୍‌ଏସ୍‌ଏସ୍‌ ଡିପିଓ (DPO) ଧିରେନ୍ କୁମାର ମିଶ୍ର ମଧ୍ୟ ନିଜର ମତାମତ ରଖି ଯୁବମାନଙ୍କୁ ନିଶାମୁକ୍ତ ଜୀବନଶୈଳୀ ଅବଲମ୍ବନ ନ କରିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ କବିତା, ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ, ସ୍ଲୋଗାନ, ନୃତ୍ୟ, ନାଟକ ଓ ଭିଡିଓ ନିର୍ମାଣ ସମେତ ମୋଟ ୮ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ପ୍ରତିଯୋଗିତାର ବିଚାରକ ଭାବେ କଳାକାର ପ୍ରଦ୍ୟୁମ୍ନ ସାହୁ, ନାଟ୍ୟଶ୍ରୀ ଗଦାଧର ବାରିକ, ଶିକ୍ଷାବିତ୍ ଗତିକୃଷ୍ଣ ମିଶ୍ର, ପିନାକୀ ମିଶ୍ର, ଗୀତିକାର ନୂର ବେଗମ୍ ଓ ପ୍ଲାବନ ମହାପାତ୍ର ଓ ଅନ୍ୟ ମାନେ ମଧ୍ୟ୍ୟ ଦାୟିତ୍ୱ ସମ୍ପାଦନ କରିଥିଲେ। କବିତା ପ୍ରତିଯୋଗିତାରେ ଅଂଶୁମାନ ପଣ୍ଡା ପ୍ରଥମ, ଅଦ୍ୟାଶା ସାହୁ ଦ୍ୱିତୀୟ ଏବଂ ପ୍ରିୟଙ୍କା ରାଣୀ ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବକ୍ତୃତା ପ୍ରତିଯୋଗିତାରେ ସଙ୍ଗୀତା ପାଣିଗ୍ରାହୀ ପ୍ରଥମ, ପ୍ରିୟଙ୍କା ମିଶ୍ର ଦ୍ୱିତୀୟ ଓ ବିଶ୍ୱରୂପା ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ।

ଚିତ୍ରାଙ୍କନ ପ୍ରତିଯୋଗିତାରେ ମନୋରଞ୍ଜନ ସାହୁ ପ୍ରଥମ, ସମୀକ୍ଷା ସାହୁ ଦ୍ୱିତୀୟ ଏବଂ ବିନୀତ କମ୍ପ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସ୍ଲୋଗାନ ପ୍ରତିଯୋଗିତାରେ ଅଭିଲିପ୍ସା ଶତପଥୀ ପ୍ରଥମ, ଅମନ କୁମାର ସୁନା ଦ୍ୱିତୀୟ ଓ ୟଶୋଷିକ ପଟେଲ ତୃତୀୟ ସ୍ଥାନ ହାସଲ କରିଥିଲେ।ଜିଲ୍ଲାର ରାଷ୍ଟ୍ରୀୟ ସ୍ୱେଚ୍ଛାସେବୀ ଶମ୍ଭୁରାଜ କର୍ଣ୍ଣ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଶ୍ୱଚ୍ଛାସେବୀ ତଥା ପ୍ରକୃତି ବନ୍ଧୁ ଡ଼. ହୃଷୀକେଶ ଦେହେରୀ ସହଯୋଗ କରିଥିଲେ। ଶେଷରେ ଅଫିସ ପରିଚାଳକ ତଥା ପ୍ରକୃତି ବନ୍ଧୁ କୃପାସିନ୍ଧୁ ସା ସମସ୍ତଙ୍କୁ ସହୃଦୟ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments