ଆଇଟିଡିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Date:

Share post:

ବାଲିଗୁଡା, (୦୬/୦୬) : ଆପ୍ର : ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ ହୋଇଛି ।

ଶନିବାର ଭିଜିଲାନ୍ସର ଦୁଇ ଜଣ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏକ ବଡ଼ ଟିମ୍ ଭୁବନେଶ୍ୱର, ବାରିପଦା, ଯାଜପୁରର ଧର୍ମଶାଳା ଏବଂ କନ୍ଧମାଳର ବାଲିଗୁଡ଼ାରେ ଏକକାଳୀନ ତଲାସି ଚଳାଇଛି । ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭୁବନେଶ୍ୱରଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ଚାଲିଥିବା ବେଳେ ଟିମ୍‌ରେ ୨ ଜଣ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ଭିଜିଲାନ୍ସ ପକ୍ଷରୁ ଶ୍ରୀ ବେହେରାଙ୍କ ଭୁବନେଶ୍ୱରରେ ଥିବା ଚାରି ମହଲା, ତିନି ମହଲା ଓ ଦୁଇ ମହଲା କୋଠା ସମେତ ମୋଟ ୯ଟି ସ୍ଥାନରେ ତଲାସି ଚାଲିଛି । ଏଥିରେ ତାଙ୍କ ପୈତୃକ ଘର, ସମ୍ପର୍କୀୟଙ୍କ ବାସଭବନ, ବାଲିଗୁଡ଼ାରେ ଥିବା କାର୍ଯ୍ୟାଳୟ ପ୍ରକୋଷ୍ଠ ଏବଂ ସରକାରୀ ବାସଭବନ ମଧ୍ୟ ସାମିଲ ରହିଛି । ତଲାସି ବେଳେ ବିଭିନ୍ନ ସମ୍ପତ୍ତି, ଦସ୍ତାବିଜ ଓ ନିବେଶ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି । ତେବେ ଚଢ଼ାଉ ଜାରି ଥିବାରୁ ଏପର୍ଯ୍ୟନ୍ତ ସମ୍ପତ୍ତିର ପରିମାଣ କିମ୍ବା ମୂଲ୍ୟ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...