Homelocalରାୟଗଡ଼ ପୌରପରିଷଦ ପକ୍ଷରୁ ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ଡମ୍ପିଂ ୟାର୍ଡରେ ଲିଗାସି ବର୍ଜ୍ୟବସ୍ତୁର ବାୟୋ-ମାଇନିଂ...

ରାୟଗଡ଼ ପୌରପରିଷଦ ପକ୍ଷରୁ ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ଡମ୍ପିଂ ୟାର୍ଡରେ ଲିଗାସି ବର୍ଜ୍ୟବସ୍ତୁର ବାୟୋ-ମାଇନିଂ କାର୍ଯ୍ୟର ଶୁଭାରମ୍ଭ

ରାୟଗଡା, (୦୧/୦୯) : ଆପ୍ର : ରାୟଗଡା ସହରକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ରାୟଗଡ଼ ପୌରପରିଷଦ ପକ୍ଷରୁ ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା ଡମ୍ପସାଇଟ୍‌ରେ ଜମା ହୋଇ ରହିଥିବା ପୁରୁଣା ଆବର୍ଜନା (ଲିଗାସି ୱେଷ୍ଟ)ର ବାୟୋ-ମାଇନିଂ ପ୍ରକଳ୍ପ ଆଜି ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି ।WhatsApp Image 2026 09 01 at 13.40.41

ଏହି ପ୍ରକଲ୍ପର ନାମ : ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ଡମ୍ପସାଇଟ୍‌ରେ ଥିବା ଲିଗାସି ବର୍ଜ୍ୟବସ୍ତୁର ବାୟୋ-ମାଇନିଂ, ଏହାର ବିଜ୍ଞପ୍ତି ସଂଖ୍ୟା ଓ ତାରିଖ: ୮୯୮୮ ତା ୧୧.୦୯.୨୦୨୫, ଏହି କାର୍ଯ୍ୟ ପାଇଁ ମୋଟ ତିନି ଜଣ ଘରୋଇ ସଂସ୍ଥା ଆବେଦନ ପତ୍ର ଦାଖଲ କରିଥିଲେ ସେଥିମଧ୍ୟରୁ ଝନେଶ୍ୱର୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଉପଯୁକ୍ତ ପ୍ରକ୍ରିୟାରେ ମନୋନୀତ କରାଯାଇ ତା ୨୧.୪.୨୦୨୬ ରିଖରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।

ଏହି ଉଦ୍‌ଘାଟନୀ ଉତ୍ସବରେ ରାୟଗଡ଼ ଜିଲ୍ଲା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ନଗର ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ , ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ରାୟଗଡା ପୌରପରିଷଦର ଅଧକ୍ଷ ଶ୍ରୀଯୁକ୍ତ ପି ମହେଶ ପଟନାୟକ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର, ସମସ୍ତ ୱାର୍ଡ ପାରିଷଦ ବର୍ଗ ତଥା ପୌର କର୍ମଚାରି ମାନେ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବାୟୋ-ମାଇନିଂ କାର୍ଯ୍ୟର ଶୁଭାରମ୍ଭ କରିବା ସହ ଏଜେନ୍ସିକୁ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବାୟୋ-ମାଇନିଂ ପ୍ରକ୍ରିୟା ଦ୍ୱାରା ବର୍ଷ ବର୍ଷ ଧରି ଜମା ହୋଇ ରହିଥିବା ଆବର୍ଜନାର ବୈଜ୍ଞାନିକ ପଦ୍ଧତିରେ ପୃଥକୀକରଣ ଓ ପୁନଃଚକ୍ରଣ କରାଯାଇ ସମ୍ପୃକ୍ତ ଜମିକୁ ଆବର୍ଜନାମୁକ୍ତ କରାଯିବ। ଏହି ବାୟୋ-ମାଇନିଂ ପ୍ରକ୍ରିୟାରେ ପାଖାପାଖି ମୋଟ ୬୦୦୦୦ ମେଟ୍ରିକ ଟନ ପୁରୁଣା ଆବର୍ଜନା ପରିଚାଳନା କରାଯିବ । ଏହି କାର୍ଯ୍ୟ ୪ ରୁ ୬ ମାସ ମଧ୍ୟରେ ସାରିବା ପାଇଁ ଉପୋରୋକ୍ତ ସଂସ୍ଥାକୁ ନିର୍ଦେଶ ଦିଆଯାଇଅଛି । ଏହି ପ୍ରକ୍ରିୟାରେ ବାହାରୁଥିବା ଆର.ଡି.ଏଫ ବର୍ଜ୍ୟ କୁ ସିମେଣ୍ଟ କାରଖାନାକୁ ପଠାଇ ଦିଆଯିବ ଏବଂ ଏଥିରୁ ବାହାରୁଥିବା ଓଦା ବର୍ଜ୍ୟ କୁ ଲ୍ୟାଣ୍ଡ ଫିଲିଙ୍ଗ ପାଇଁ ବ୍ୟବହାର କରାଯିବ । ଏହି କାର୍ଯ୍ୟ ସଫଳତାର ସହ ସମ୍ପାଦନ ହେବା ପରେ ପୁନଶ୍ଚ କୌଣସି ଡମ୍ପିଂ ୟାର୍ଡ ସୃଷ୍ଟି କରାନଯାଇ ସମସ୍ତ ବର୍ଜ୍ୟବସ୍ତୁ ସମ୍ପଦ କେନ୍ଦ୍ରରେ ପ୍ରକ୍ରିୟାକରଣ କରାଯିବ ।

ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା ଡମ୍ପସାଇଟ୍‌କୁ ପୁନଃ ବ୍ୟବହାର ଉପୋଯୋଗୀ କରାଯିବ ଏବଂ ଏହି ସ୍ଥାନକୁ ମା ମଝିଘରିଆଣୀ ମନ୍ଦିର ଶୋଭା ବର୍ଦ୍ଧନ ନିମିତ ପ୍ରକଳ୍ପ ପାଇଁ ବ୍ୟବହାର କରାଯିବ ବୋଲି ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର ମତବ୍ୟକ୍ତ କରିଛନ୍ତି । ଏହାଦ୍ୱାରା ମନ୍ଦିର ଆଖପାଖ ପରିବେଶ ସ୍ୱଚ୍ଛ ରହିବା ସହ ସହରବାସୀ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ପାଇପାରିବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments