Homelocalକାମତା ୟୁଥ କ୍ଲବ ତଥା ଓଡ଼ିଶା ସାମ୍ବାଦିକ ସଂଘ ମିଳିତ ଉଦ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ...

କାମତା ୟୁଥ କ୍ଲବ ତଥା ଓଡ଼ିଶା ସାମ୍ବାଦିକ ସଂଘ ମିଳିତ ଉଦ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୋରିଗୁମ୍ମା, (୨୧/୦୬) : ଆପ୍ର : କାମତା ୟୁଥ କ୍ଲବ ତଥା ଓଡ଼ିଶା ସାମ୍ବାଦିକ ସଂଘ ମିଳିତ ଉଦ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବୋରିଗୁମ୍ମା ବ୍ଳକ କାମତା ଗ୍ରାମସ୍ଥିତ ଷ୍ଟାଡିୟମ ପଡ଼ିଆ ପାଚେରୀ ଚାରିପାଖରେ ମାଁ ମାଣିକେଶ୍ୱରୀ ସ୍ପୋର୍ଟସ ଏବଂ କଲଚରାଲ ୟୁଥ କ୍ଲବ ତରଫରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) କୋରାପୁଟ ଜିଲ୍ଲା ଶାଖା ସଭାପତି ରବି ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଏସୟୁଜେର ସଭାପତି ତରୁଣ କୁମାର ମହାପାତ୍ର ଯୋଗ ଦେଇଥିଲେ । ୟୁଥ କ୍ଲବ ର ସଭାପତି ପଦ୍ମନାଭ ଶତପଥୀ ସଭାପତିତ୍ୱ କରିଥିଲେ ।

ନୂତନ ଭାବେ ନିର୍ମାଣ ହେଉଥିବା କାମତା ଷ୍ଟାଡିୟମ ଠାରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଯଥା ଅଁଳା,କରଞ୍ଜ,ଆମ୍ବ, କୃଷ୍ଣଚୂଡ଼ା ନିମ୍ବ ଇତ୍ୟାଦି ଗଛର ଚାରା ଷ୍ଟାଡିୟମର ପାଚେରୀ ପାର୍ଶ୍ୱରେ ରୋପଣ କରାଯାଇଥିଲା । ବୃକ୍ଷ ହିଁ ଜୀବନ, ଆସନ୍ତୁ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରିବା ସହ ତାର ଯତ୍ନ ନେବା ବୋଲି ଓଜେୟୁ କୋରାପୁଟ ଜିଲ୍ଲା ସଭାପତି ରବି ନାୟକ କହିଥିଲେ । ଏଥିସହ ନିର୍ମାଣାଧୀନ ଷ୍ଟାଡିୟମକୁ କିପରି ଭାବେ ପୂର୍ଣ୍ଣାଙ୍ଗ ରୂପ ମିଳିବ, ସେ ନେଇ ସମସ୍ତ ସହଯୋଗ କାମନା କରିବା ସହ କାମତା ଗ୍ରାମର ଯୁବକ ମାନଙ୍କର ଏକତାକୁ ନେଇ ଶ୍ରୀ ନାୟକ ବେଶ ପ୍ରଶଂସା କରିଥିଲେ ।

ପୂର୍ବରୁ ଅବସ୍ଥିତ କାମତା ଗ୍ରାମ ପାଶ୍ଵବର୍ତ୍ତୀ ଅଞ୍ଚଳର ପୁରୁଣା ମୂଲ୍ୟବାନ ଗଛଗୁଡ଼ିକୁ କିପରି ଜଙ୍ଗଲ ମାଫିଆଙ୍କ ଠାରୁ ରକ୍ଷା କରାଯାଇ ପାରିବ ଏ ନେଇ ଓଡ଼ିଶା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ତଥା ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ରବିଶଙ୍କର ମହାପାତ୍ର ଆଲୋକ ପାତ କରିଥିଲେ । କୋରାପୁଟ ଜିଲ୍ଲାରେ କାମତା ଷ୍ଟାଡିୟମ ଅନନ୍ୟ ବୋଲି ଶ୍ରୀ ନାୟକ କହିଥିଲେ । ସମ୍ମାନିତ ଅତିଥି ଭାବେ ଓଜେୟୁ କୋରାପୁଟ ଜିଲ୍ଲା ସାଧାରଣ ସମ୍ପାଦକ ରବି ଶଙ୍କର ମହାପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଉପଦେଷ୍ଟା କେ.ସାକିଲି ଦୋରା, କୋଷାଧ୍ୟକ୍ଷ ସୁଶୀଳ କୁମାର ଷଡଙ୍ଗୀ, ଉପଦେଷ୍ଟା ଦୟାନିଧି ପଟନାୟକ, ଉପ ସଭାପତି ସୁଜିତ କୁମାର ପଣ୍ଡା, ସୁଶାନ୍ତ ପଣ୍ଡା, ସନ୍ତୋଷ କୁମାର (ଟୁଟୁ) ପଟ୍ଟନାୟକ, ପ୍ରତାପ କୁମାର (ବାପି) ହୋତା ପ୍ରମୁଖ ଯୋଗ ଦେଇ ୟୁଥ କ୍ଲବ୍ ସଦସ୍ୟ ମାନଙ୍କ ମହନୀୟ ଉଦ୍ୟମକୁ ପ୍ରଶଂସା କରିବା ସହ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିଥିଲେ ।
.
ବିଜେପି ନେତା ଭାସ୍କର ଭଟ୍ଟ ନିଜ ଅଭିଭାଷଣରେ କାମତା ଷ୍ଟାଡିୟମ ନିମନ୍ତେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ର ମନ୍ତ୍ରୀ ଙ୍କ ସହ ଯୋଗାଯୋଗ କରି ପାଣ୍ଠି ସଂଗ୍ରହ ପାଇଁ ପ୍ରତିଶ୍ରୁତି ଦେଇଥିଲେ।କାମତା ୟୁଥ କ୍ଲବ ସଭାପତି ପଦ୍ମନାଭ ଶତପଥୀ ଙ୍କ ସମେତ ଉପ ସଭାପତି ସନ୍ତୋଷ କୁମାର ଶତପଥୀ, ଆଶିଷ କୁମାର ହୋତା,ସାଧାରଣ ସମ୍ପାଦକ ମୁକୁନ୍ଦ ମୁରାରୀ ମିଶ୍ର, ଯୁଗ୍ମ ସମ୍ପାଦକ ରିପୁନ ହୋତା, ରୋହନ ଷଡଙ୍ଗୀ, କୋଷାଧ୍ୟକ୍ଷ ହରିଶଙ୍କର ଶତପଥୀ ସମେତ ୟୁଥ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments