ଡ୍ୟାନ୍ସ ପାର୍ଟି ବେଳେ ତୁମୁଳ କାଣ୍ଡ, ୪ ଗୁରୁତର ଆହତ

Date:

Share post:

ଭୁବନେଶ୍ବର, (୨୮/୦୬) : ଆପ୍ର : ଡ୍ୟାନ୍ସ ପାର୍ଟିରେ ରକ୍ତାକ୍ତ ରାତି । ନୟାପଲ୍ଲୀର ଏକ ହୋଟେଲରେ ଆୟୋଜିତ ଡ୍ୟାନ୍ସ ପାର୍ଟି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିବା ବଚସା ପରେ ଭୟଙ୍କର ସଂଘର୍ଷର ରୂପ ନେଇଛି ।

ଏହି ଗଣ୍ଡଗୋଳରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ୬ରୁ ଅଧିକ ଯୁବକଙ୍କୁ ନୟାପଲ୍ଲୀ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଗତକାଲି ବିଳମ୍ବିତ ରାତିରେ ପାର୍ଟି ଚାଲିଥିବା ସମୟରେ ନାଚକୁ କେନ୍ଦ୍ର କରି ବିବାଦ ଉପୁଜିଥିଲା ଏବଂ ପରେ ପରିସ୍ଥିତି ଉଗ୍ର ରୂପ ନେଇଥିଲା । ଗଣ୍ଡଗୋଳର ଖବର ପାଇ ପୋଲିସ ପହଞ୍ଚିଥିଲେ ମଧ୍ୟ କିଛି ଯୁବକ ପୋଲିସ ସହ ଯୁକ୍ତିତର୍କ କରିବା ସହ ଧମକ ଦେଇଥଲେ । ସେଥିମଧ୍ୟରୁ ଦୁଇ ଜଣ ଯୁବକ ନିଜକୁ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଭଣଜା ଏବଂ ଜଣେ IPS ଅଧିକାରୀଙ୍କ ପୁତୁରା ବୋଲି ପରିଚୟ ଦେଇ ପୋଲିସ ଉପରେ ପ୍ରଭାବ ଖଟାଇବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି । ତେବେ ପୋଲିସ କାହାରି ଚାପକୁ ଖାତିର ନକରି ଘଟଣାର ତଦନ୍ତ ଜାରି ରଖିଛି । ରାଜଧାନୀରେ ବଢ଼ୁଥିବା ନାଇଟ୍ ପାର୍ଟି ଗଣ୍ଡଗୋଳ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (୨୮/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ...

ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

ବରଗଡ, (୨୮/୦୬) : ଆପ୍ର : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି । ଧାନ କ୍ରୟରେ ବିଳମ୍ବ, ଟୋକନ...

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ...

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...