Homelocalବିଦ୍ୟୁତ ଆଘାତରେ ନାବାଳକ ମୃତ, ବିଜ୍ଞାନ ପ୍ରକଳ୍ପ ତିଆରି ବେଳେ ଆଘାତ ଲାଗିଥିଲା

ବିଦ୍ୟୁତ ଆଘାତରେ ନାବାଳକ ମୃତ, ବିଜ୍ଞାନ ପ୍ରକଳ୍ପ ତିଆରି ବେଳେ ଆଘାତ ଲାଗିଥିଲା

ବ୍ରହ୍ମପୁର, (୨୩/୦୮) : ଆପ୍ର : ବିଦ୍ୟୁତ ଆଘାତରେ ନାବାଳକର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈରାସୀ ଗାଁ’ରେ ଅଘଟଣ ଘଟିଛି । ମୃତକ ହେଲେ ପକ୍ଷୀରାଜ ସାହିର ।

ନାବାଳକ ଶ୍ରେଣୀରେ ପାଠ ପଢୁଥିଲେ । ଶନିବାର ସଂଧ୍ୟା ସମୟରେ ନିଜଘରେ ଏକ ସାଇନ୍ସ ପୋଜେକ୍ଟ କରୁଥିଲେ ଆଉ ସେଥିରେ ବିଦ୍ୟୁତ ସାହାଯ୍ୟରେ ପରୀକ୍ଷା ନିରୀକ୍ଷା କରୁଥବା ବେଳେ ହଠାତ ବିଦ୍ୟୁତ ଆଘାତରେ ଆହତ ହୋଇ ତଳେ ପଡ଼ିଯାଇଥିଲେ । ତେବେ ପରିବାର ଲୋକ ନାବାଳକକୁ ତୁରନ୍ତ ଏକ ଅଟୋ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳକଙ୍କ ମୃତ୍ୟୁରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା ସହ ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments