Homebreaking newsପିପିଲିରେ ବଡ଼ଧରଣର ଚୋରା ଚାଲାଣ ପଣ୍ଡ: ୨୩୦ କଇଁଛ ଜବତ, ୨ ଅଟକ

ପିପିଲିରେ ବଡ଼ଧରଣର ଚୋରା ଚାଲାଣ ପଣ୍ଡ: ୨୩୦ କଇଁଛ ଜବତ, ୨ ଅଟକ

ପିପିଲି, (୦୮/୧୧) : ଆପ୍ର : ପିପିଲିରେ ବଡ଼ଧରଣର ଚୋରା ଚାଲାଣ ପଣ୍ଡ । ୨୩୦ କଇଁଛ ଜବତ, ୨ ଅଟକ । ପୁରୀରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲା କାର୍ ।

୮ ବସ୍ତା କଇଁଛ ଜବତ କଲା ପିପିଲି ପୋଲିସ । ପିପିଲି ଟୋଲ୍ ଗେଟ୍ ନିକଟରେ ଚେକିଂ ବେଳେ ମାଡ଼ିବସିଲା ପୋଲିସ। ପଶ୍ଚିମବଙ୍ଗ ଲିଙ୍କ୍ ଖୋଜୁଛି ପୋଲିସ । ୨୩୦ କଇଁଛ ଜବତ । ପଶ୍ଚିମବଙ୍ଗ ଚାଲାଣ ବେଳେ ପିପିଲି ପୋଲିସ ଦ୍ୱାରା ୨୩୦ କଇଁଛ ଜବତ । ଚୋରା ଚାଲାଣ ବେଳେ ୨ ଅଟକ । ପୁରୀରୁ ଭୁବନେଶ୍ୱର ଯାଉଥିବା ପଶ୍ଚିମବଙ୍ଗର ଏକ କାରରୁ ପିପିଲି ପୋଲିସ ଏହି କଇଁଛ ଜବତ କରିଛି । ପିପିଲି ଟୋଲ ଗେଟ ନିକଟରେ ପିପିଲି ପୋଲିସର ଚେକିଂ ଚାଲୁଥିବା ସମୟରେ ଏହି ଗାଡ଼ିଟି ଆସିଥିଲା । ଏହାକୁ ଚେକିଂ ସମୟରେ କାର ଭିତରୁ ୮ ବସ୍ତା କଇଁଛ ବାହାରିଥିଲା । ପରେ ଏହି କଇଁଛକୁ ବନବିଭାଗକୁ ଡାକି ହସ୍ତାନ୍ତର କରିଛି ପିପିଲି ପୋଲିସ । ଏହି ଘଟଣା ରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments