ପୁରୁଷୋତ୍ତମପୁର, (୧୧/୧୦) : ଆପ୍ର : ଆଇସିଡିଏସ ତରଫରୁ ବ୍ଳକ ବୈଠକ ହଲ ମଧ୍ୟରେ ନବମ ରାଷ୍ଟ୍ରୀୟ ପୋଷଣ ମାହ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମକୁ ସିଡ଼ିପିଓ ଲଳିତା ମଲ୍ଲିକ ଏବଂ ବ୍ଳକ ଅଧକ୍ଷା ପିଙ୍କି ବେହେରା ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଡିଓ ୟୋତିର୍ମୟୀ ନାୟକ, ଆୟୁଷ ଡକ୍ଟର ଏସ କେ ବେହେରା, ସ୍କୁଲ ସି ଆର ସି ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଅଙ୍ଗନୱାଡି କର୍ମୀ ମାନେ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । କୁଇଜ୍, ଚିତ୍ରାଙ୍କନ ଓ ରଚନା ପ୍ରତି ଯୋଗିତାରେ ୯ଜଣ କିଶୋର ଓ କିଶୋରୀଙ୍କୁ ପୁରସ୍କୃତ କରାଯାଇଛି ।
ଜ୍ଞାନ କେନ୍ଦ୍ରର ୨୧ଜଣ ଅଙ୍ଗନବାଡି କର୍ମୀଙ୍କୁ ସେମାନଙ୍କ ଉତ୍ତମ କାର୍ଯ୍ୟ ପାଇଁ ମାନପତ୍ର ଟ୍ରଫି ଦେଇ ସମ୍ମାନୀତ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଞ୍ଚଳ ପରିଦର୍ଶିକା, ଅଫିସ କର୍ମଚାରୀ, ସୁଭଦ୍ରା ହିତାଧୂକାରୀ, ମମତା ପିଏ,ଏସହେଚଜି ଗୃପସଦସ୍ୟା, ଓ କିଶୋରୀ ବାଳିକାମାନେବହୁ ସଂଖ୍ୟା ରେ ଉପସ୍ଥିତ ଥିଲେ । ଏଥିରେ ସୁପରଭାଇଜର ଓ ପୋଷଣ ବିସିଙ୍କୁ ମଧ୍ଯ ସମ୍ମାନୀତ କରାଯାଇଛି କାର୍ଯ୍ୟକ୍ରମ ସରସସୁନ୍ଦର ହୋଇଥିବାରୁପରିଶେଷରେ ସିଡ଼ିପିଓ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

