Homelocal୯ ଜିଲ୍ଲା ଦେଇ ଯିବ ଖଡ଼ଗପୁର-ଅମରାବତୀ ଗ୍ରୀନ୍‌ କରିଡର

୯ ଜିଲ୍ଲା ଦେଇ ଯିବ ଖଡ଼ଗପୁର-ଅମରାବତୀ ଗ୍ରୀନ୍‌ କରିଡର

ରାୟଗଡ଼ା, (୨୮/୦୮) : ଆପ୍ର : ବହୁ ପ୍ରତୀକ୍ଷିତ ଖଡ଼ଗପୁରଠାରୁ ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ଅମରାବତୀକୁ ହାଇସ୍ପିଡ୍‌ ରୋଡ୍‌ କରିଡ଼ର ନିର୍ମାଣ ପାଇଁ କେନ୍ଦ୍ରର ମଞ୍ଜୁରି ପରେ ରାୟଗଡ଼ାରେ ଖୁସିର ଲହରୀ ଖେଳି ଯାଇଛି ।

ଏହି ଯୋଜନାରେ ଓଡ଼ିଶାର ୯ଟି ଜିଲ୍ଲାରେ ରାସ୍ତା ନିର୍ମାଣ କରାଯିବ। ରାୟଗଡ଼ା ଜିଲ୍ଲା ମଧ୍ୟରେ ୫୩ କିମି ରାସ୍ତା ନିର୍ମାଣ ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ରରେ ୧୧୦୭ କିମି ରାସ୍ତା ନିର୍ମାଣ ହେବ । ଓଡ଼ିଶାର ୯ ଜିଲ୍ଲା ମଧ୍ୟରେ ମୟୂରଭଞ୍ଜ ଦେଇ ୮୬ କିମି, କେନ୍ଦୁଝର ୮୬ କିମି, ଢେଙ୍କାନାଳ ୮୮କିମି, ଗଞ୍ଜାମ ୯୭ କିମି, କଟକ ୨୧ କିମି, ନୟାଗଡ଼ ୩୮ କିମି, ଗଜପତି କିମି ୩୬, ରାୟଗଡ଼ା ୫୩ ଏବଂ କୋରାପୁଟ ଜିଲ୍ଲା ଦେଇ ୧୭ କିମି ରାସ୍ତା ନିର୍ମାଣ ନେଇ ସୂଚନା ମିଳିଛି ।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହି ରାସ୍ତାକୁ ମଞ୍ଜୁରି କରିଡର ନିର୍ମାଣ ନେଇ ଉତ୍ସୁକତା ପ୍ରକାଶ ପାଇଛି । ପ୍ରକଳ୍ପର ବ୍ୟୟ ଅଟକଳ ୭୫,୬୨୯ କୋଟି ଟଙ୍କା ରହିଛି । ରାୟଗଡ଼ା ଜିଲ୍ଲାର ଗୁଣପୁର, ରାମନାଗୁଡ଼ା ଦେଇ ସୀମାନ୍ତ କୁରୁପମରେ ରାସ୍ତା ସଂଯୋଗ ନେଇ ସୂଚନା ମିଳିଛି । ଏହି କରିଡର୍‌ ନିର୍ମାଣ ହେଲେ ରାୟଗଡ଼ା ଜିଲ୍ଲା ର ଆଦିବାସୀ ଅଞ୍ଚଳରେ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରିବଟା ସୁଗମ ହେବା ସହିତ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments